ଛତ୍ରପୁର ସହର କୁ ବୃହତ୍ତର ମୁନିସିପାଲଟୀ ରୂପେ ଗଠନ ପ୍ରକ୍ରିୟା ଆରମ୍ଭ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା

ଛତ୍ରପୁର, ତା ୨୦/୨/୨୬(ଅରୁଣ କୁମାର ପଣ୍ଡା )
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର କୁ ବୃହତ୍ତର ମୁନିସିପାଲଟୀ ରୂପେ ପରିଣତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ଛତ୍ରପୁରବାସୀ ତଥା ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସାଂଗକୁ ବିଧାୟକଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି । ଏନେଇ ରାଜ୍ଯ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ସବୁରି ମହଲରେ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।
ଛତ୍ରପୁର ଅଞ୍ଚଳର ୫ ଟି ପଞ୍ଚାୟତ କୁ ମିଶ୍ରଣ କରାଯିବା ଏବଂ ସର୍ବମୋଟ ୩୬ ଟି ୱାର୍ଡ଼ କୁ ନେଇ ପୁନର୍ଗଠନ କରି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ପଦକ୍ଷେପ କୁ ନେଇ ୫ଟି ପଞ୍ଚାୟତର ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଙ୍କ ସ୍ୱାକ୍ଷର ହୋଇ ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ପ୍ରତିନିଧି ମଣ୍ଡଳୀ ଙ୍କ ସମେତ ପ୍ରାୟତଃ ଦୁଇ ହଜାରରୁ ଉର୍ଦ୍ଧ୍ଵ ଜନସମାବେଶ ହୋଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାଷନ୍ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଛତ୍ରପୁର ଅଞ୍ଚଳର ବିରୋଧୀ ଗୋଷ୍ଠୀ ତଥା କେତେକ ପୁଞ୍ଜିପତି ମାନଙ୍କର ଏହି ଖଳପ୍ରକୃତି ସହ ଜଡ଼ିତ ମୁଷ୍ଟିମେୟ, ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଛତ୍ରପୁର ଏନଏସି କୁ ପୌର ପରିଷଦ ଗଠନ ଅବା ମୁନିସିପାଲଟୀ ଗଠନ କୁ ବିରୋଧ କରିଆସୁଛନ୍ତି । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବୃହତ୍ତର ମୁନିସିପାଲଟୀ ରୂପେ ପରିଗଣିତ କରାଯିବା ପ୍ରସ୍ତାବ ବିଧିବଦ୍ଧ ବିଜ୍ଞପ୍ତି ଜାରୀ ପ୍ରସଙ୍ଗ କୁ ଭଙ୍ଗ କରିବା ଏକ କୁଚକ୍ର ବୋଲି ଶାସକ ବିଜେପି ଦଳୀୟ ନେତା ନେତ୍ତୃବର୍ଗ ଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଭାଜପା ଦଳୀୟ ନେତା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ କୁମାର ପାଢ଼ୀ, ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରଶ୍ମିତା ନାହାକ, ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଧର୍ମା ରେଡ୍ଡୀ, ଓକିଲ ବ୍ରଜ ମୋହନ ଆଚାର୍ଯ୍ୟ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବନୋଜ ନାହକ, ଅଗସ୍ତି ନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ବାପି ଦାସ୍, ପୋଡପଦର ସୁଜାତା ଦାସ, ଚିକଲଖଣ୍ଡି ସରପଞ୍ଚ ଭଗବାନ ବେହେରା ପ୍ରମୁଖ ଛତ୍ରପୁର ବ୍ଲକ୍ ର ବହୁ ପଞ୍ଚାୟତ ସଦସ୍ୟ ସଦସ୍ୟା ଯୋଗଦେଇ ଛତ୍ରପୁର ମୁନିସିପାଲଟୀ ଗଠନ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ ତଥା କୃତଜ୍ଞତା ଜ୍ଞାପନ କରିଛନ୍ତି ।
