ଉପାନ୍ତ ଖବରର ମହାପ୍ରଭାବ, ଟୁରି ନଦୀ ବ୍ରିଜ କାମ ଆରମ୍ଭ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ବିଶ୍ୱସ୍ତ ସୂଚନାରୁ ପ୍ରକାଶ ଯେ’, ଗତ ୩O ତାରିଖ ଦିନ ନ୍ୟୁଜ ଉପାନ୍ତଖବରରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ, ପାପଡାହାଣ୍ଡି ବ୍ଲକ ଅଧିନସ୍ଥ ତୁମ୍ବର୍ଲା ଗ୍ରାମ ନିକଟସ୍ଥ ପୁରୁଣା ବ୍ରିଜଟି ଦୈନିକ ଶହ ଶହ ଭାରିଯାନ ଚଳାଚଳ ଯୋଗୁଁ, ଗତ ଦୁଇ ବର୍ଷରୁ ଉର୍ଦ୍ଧ ହେବ ଦାବିଯାଇ ଭାଙ୍ଗିଯାଇଥିବାବେଳେ, ସ୍ଥାନୀୟ ରାଜନେତାଙ୍କ ସହଯୋଗରେ ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା ଗତବର୍ଷ ପ୍ରାୟ ୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର କରାଯାଇଥିଲା ଏବଂ ଏହି କାମଟିକୁ ଭୁବନେଶ୍ୱରର ଏକ ଠିକା ସଂସ୍ଥା ହାତକୁ ନେଇଥିଲା। କିନ୍ତୁ ଠିକା ସଂସ୍ଥାଟି କାମ ହାତକୁ ନେବାର ୭ ମାସରୁ ଅଧିକ ବିତିଯାଇଥିଲେ ସୁଦ୍ଧା କାମ ଆରମ୍ଭ ହୋଇପାରିନଥିଲା। ଏଥିଯୋଗୁଁ ସେହି ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଜାତ ହୋଇଥିଲା ଓ ଆନ୍ଦୋଳନର ଚେତାବନି ମଧ୍ୟ ଦିଆଯାଇଥିବା ଖବର ପ୍ରକାଶ ପାଇବାପରେ, ଖବରଟି ନବରଙ୍ଗପୁର ଅଞ୍ଚଳରେ ଅତି ତୀବ୍ରତାର ପ୍ରସାରିତ ହୋଇ ଆଲୋଡନ ସୃଷ୍ଟି କରିଥିଲା।ଯାହାଫଳରେ ବିଭାଗୀୟ କର୍ତୃପକ୍ଷଙ୍କ ତତ୍ପରତା ଯୋଗୁଁ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା, ଭବାନୀପାଟଣାର ସୁନାମଧନ୍ୟ ଠିକାଦାର ଶ୍ରୀ ପ୍ରକାଶ ମହାନ୍ତି ବ୍ରିଜ କାମ ହାତକୁ ନେଇଛନ୍ତି ଏବଂ ଗତକାଲିଠାରୁ ପାଇଲିଙ୍ଗ କାମ ମଧ୍ୟ ଆରମ୍ଭ ହୋଇସାରିଛି। ଏନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି। ଏଥିସହ ସୂଚନା ମିଳିଛି ଯେ’, ଏହି ବ୍ରିଜ କାମ ପାଇଁ ମୋଟ ୬. ୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ ଏହି ଆକଳନ ଆଗକୁ ଅଧିକ ମଧ୍ୟ ହୋଇପାରେ।
