ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର ନେଇ ପୁରୀଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ
ପୁରୀଜିଲ୍ଲା କୋର୍ଟ ସ୍ଥାନାନ୍ତର କୁ ଦୀର୍ଘ ଏକବର୍ଷ କାଳ ଓକିଲ ସଂଘ ପକ୍ଷରୁ ପୁରୀଜିଲ୍ଲା ଓକିଲ ବାର ଆସୋସିଏସନ ଆଗରେ ଧାରଣାରେ ବସିବା ସହିତ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ କିନ୍ତୁ କୌଣସି ସରକାରୀ ଦତ୍ପର ରେ ଏହି ଆବେଦନ କୁ ଗୁରୁତ୍ୱ ଦିଆଯାଇନଥିଲା l ତେଣୁ ଆଜି ପୁରୀଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ସମ୍ପାଦକ ଶରତ ରୟଗୁରୁଙ୍କ ଅଧକ୍ଷତା ରେ ପୁରୀଜିଲ୍ଲା ର ପାଞ୍ଚଶହ ରୁ ଉର୍ଦ୍ଧ ଓକିଲ ପୁରୀ ଭୁବନେଶ୍ୱର ମୁଖ୍ୟ ଜାତୀୟ ରାଜପଥ ମାଳତୀପାଟପୁର ଠାରେ ରାସ୍ତା ଅବରୋଧ କରି କୋର୍ଟ ସ୍ଥାନାନ୍ତର ବିରୁଦ୍ଧରେ ନାରା ଦେବା ସହିତ ଯାନବାହାନ ଚଳାଚଳ ବନ୍ଦ କରିଥିଲେ l ଏହି ବନ୍ଦକୁ ସମର୍ଥନ କରି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ତତ୍ୱାବଧାନ ରେ ଶତାଧିକ କଂଗ୍ରେସକର୍ମୀ ଏହି ରାସ୍ତା ଅବରୋଧ କୁ ସହଯୋଗ କରିଥିଲେ l କିନ୍ତୁ ହଇରାଣ ହୋଇଥିଲେ ସାଧାରଣ ଜନତା, ପର୍ଯ୍ୟଟକ, ତୀର୍ଥଯାତ୍ରୀ l ଆଗକୁ ଦେଖିବାକୁ ରହିଲା କୋର୍ଟ ସ୍ଥାନାନ୍ତରିତ ନହୋଇ କଚେରୀ ନିକଟରେ କୋର୍ଟର ନବକଳେବର ହେଉଛି କେବେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
