May 10, 2026

କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାରେ ୬୦ ସଂସ୍ଥା..

IMG-20250220-WA0000
Share

 

*୧୫୭୫ ଜଣଙ୍କ ମଧ୍ୟରୁ ୭୫୭ ଚାକିରୀ ପାଇଁ ମନୋନୀତ ଓ ୩୯ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ*

 

କେନ୍ଦ୍ରାପଡା ( ଦେବାଶିଷ ଦାଶ‌)

 

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ, ଭା.ପ୍ର.ସେ. ଉଦଘାଟନ କରିଥିଲେ । ଏହି ନିଯୁକ୍ତି ମେଳାର ଆଭିମୁଖ୍ୟ ବିଷୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଘନଶ୍ୟାମ ସା ଉପସ୍ଥିତଥିବା ଚାକିରୀ ଆଶାୟୀ ଯୁବକ ଓ ଯୁବତୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ନିଯୁକ୍ତି ମେଳାରେ ମେଡପ୍ଲସ, ଅରବିନ୍ଦ ଲିମିଟେଡ, ଅସ୍ମିତା ହଲିଡେ, ଏସଏସଡିପି କଂସଲ୍ଟିଂ ଆଣ୍ଡ ସର୍ଭିସେସ ପ୍ରାଇଭେଟ ଲିମିଟେଡ, ଅନୁଦିପ ଫାଉଣ୍ଡେସନ, ମୁକ୍ତି ସେବା ଫାଉଣ୍ଡେସନ, ସାହି ଏକ୍ସପର୍ଟ, କେଏଲଆର ଗ୍ରୁପ, ପିନାକଲ ଏଚଆର, ମଦର ସନ ସୁମୀ, ଏସ ଆଣ୍ଡ ଏନ ଷ୍ଟାଫିଙ୍ଗ, ପାୟିକ୍ ସେଣ୍ଟିନେଲ୍ସ, ସୁରକ୍ଷା ହେଲଥ କେୟାର, ସହନ କ୍ଲୋଥିଂ, ଅରେଞ୍ଜ କ୍ରସ, ଗ୍ରାମ ତରଙ୍ଗ ଆଦି ୬୦ ଗୋଟି ନିଯୁକ୍ତି ପ୍ରଦାନକାରୀ ଓ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ ।