February 3, 2025
Share

ବୁଗୁଡା : ସ୍ଥାନୀୟ ମିଡିଆ କ୍ଲବର ଉପଦେଷ୍ଟା ତଥା ସାମ୍ବାଦିକ କାଳି ଚରଣ ଦାଶଙ୍କ ମାତା ସତ୍ଯଭାମା ଦାଶଙ୍କ ୯୯ ବର୍ଷ ବୟସରେ ସୋମବାର ରାତ୍ର ୩ ଘଣ୍ଟ ୩୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଧର୍ମପରାୟଣା ,ମିଷ୍ଟଭାଷିନୀ ,ଆଧ୍ଯାତ୍ମିକବାଦୀ ,ସରଳ ସ୍ବଭାବର ମହିଳା ଥିଲେ । ମୃତ୍ଯୁ ବେଳକୁ ତାଙ୍କର ପାଖରେ ପୂଅ, ବୋହୂ, ଝିଅ ,ନାତି, ନାତୁଣୀ , ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ସ୍ବର୍ଗତା ସତ୍ଯଭାମା ଦାଶଙ୍କ ଶରୀରକୁ ବିଧି ବିଧାନ ପୂର୍ବକ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଥିଲା।