March 10, 2026

 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବେଲଗୁଣ୍ଠା ଗସ୍ତ ନେଇ ପ୍ରସ୍ତୁତି ବୈଠକ…

bai
Share

 

ବେଲଗୁଣ୍ଠା,20/02,ଆସନ୍ତା ଗୁରୁବାର ଦିନ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବେଲଗୁଣ୍ଠା ଗସ୍ତ ଥିବାରୁ ଆଜି ବେଲଗୁଣ୍ଠା ଟାଉନ ହଲ୍ ଠାରେ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନୀଜୀବୀ ତଥା ବିଜେଡ଼ି ମୁଖପାତ୍ର ଓମ୍ ପ୍ରକାଶ ସାହୁ,ବେଣୀପଲ୍ଲୀ ସରପଞ୍ଚ ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦୁର୍ଗାମାଧବ ନାୟକ,ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ମାଗତା ଦଳବେହେରା,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ସେବା ସମବାୟ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି,ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ, ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍, ପୂର୍ବତନ ଉପ ନଗରପାଳ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ସମିତିସଭ୍ୟ ବିଭୂପାଦ ଜେନା, ସୁଧାଂଶୁ ଶେଖର ପୋଲାଇ,ସରପଞ୍ଚ ଜୟରାମ ନାୟକ, ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ଜିଲ୍ଲାପରିଷଦ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ, ସମିତିସଭ୍ୟ ପ୍ରତିନିଧି ସୀମାଞ୍ଚଳ ବିଷୋୟୀ, ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼,ଶରତ୍ କୁମାର ସ୍ଵାଇଁଙ୍କ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିଲେ I ସୂଚନା ପ୍ରକାରେ ଗୁରୁବାର ଦିନ ଏଗାର ଘଣ୍ଟା ସମୟରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବେଲଗୁଣ୍ଠାରେ ପହଞ୍ଚିବେ I ଏଠାରେ ପାଣ୍ଡିଆନଙ୍କ 40 ମିନଟ୍ ର କାର୍ଯ୍ୟକ୍ରମ ରହିଥିବା ବେଳେ କାର୍ଯ୍ୟକ୍ରମରେ ଭି କେ ପାଣ୍ଡିଆନ ଉପସ୍ଥିତ ବିଜେଡ଼ି କର୍ମୀ ଏବଂ ମହିଳା ମାନଙ୍କୁ ଉଦବୋଧନ ଦେବେ I ଏହା ସହିତ ସେ କିଛି ଘୋଷଣା କାରିବାର ଯୋଜନା ମଧ୍ୟ ରହିଛି I ତେବେ ଏନେଇ 5T ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମକୁ କିପରି ଅଧିକରୁ ଅଧିକ ଲୋକ ଆସିପାରିବେ, ସେମାନଙ୍କୁ ସୁରୁଖୁରୁରେ ସଭାସ୍ଥଳରେ ପହଞ୍ଚାଇବା ସହିତ ସେମାନଙ୍କର ଖଦ୍ଯପେୟର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା I ପ୍ରସ୍ତୁତି ବୈଠକ ଶେଷରେ ରାସନକାର୍ଡ ହିତାଧିକାରୀ ଙ୍କୁ ବିଧାୟକ ଶ୍ରୀ ସ୍ୱାଇଁ ଦୁଇଟି ଝୋଟ ବ୍ୟାଗ୍ ଏବଂ ଏକ ହଜାର ଟଙ୍କା ଲେଖାଏଁ ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର , ନଗର ପାଳ ଫିରୋଜ ସେଠି ଏବଂ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)