November 23, 2024

ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତିୟ ଶରଣାର୍ଥୀ ଙ୍କୁ ସାମିଲ , ଆରମ୍ଭ ହେଲା ରାସନ ସାମଗ୍ରୀ ସାଧାରଣ ବଣ୍ଟନ ..

Share

ଗଜପତି ଜିଲ୍ଲା ମୋହନା ବ୍ଲକରେ ରହୁଥିବା ତିବଟତିଆନଙ୍କୁ ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି।ତିଦ୍ଦତିୟ ଶରଣାର୍ଥୀ ଙ୍କୁ ସାମିଲ ହେବାପରେ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ନଥି ପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ତପସ୍ୱିନୀ ହଂସଦା । ରବିବାର ପ୍ରଥମ ଥର ଲାଗି ଆରମ୍ଭ ହେଲା ରାସନ ସାମଗ୍ରୀ ସାଧାରଣ ବଣ୍ଟନ । ପ୍ରଥମ ପର୍ଯ୍ୟାୟରେ ମୋହନା ବ୍ଳକ ଚନ୍ଦ୍ରଗିରି, ଜିରାଙ୍ଗ, ଲବାରସିଂ ତିନୋଟି ପଞ୍ଚାୟତର ୧୧୨୦ ଟି ତିଦ୍ଦତିୟ ପରିବାର କୁ ସାମିଲ କରାଯାଇଥିବା ବେଳେ ଆଜି ଚନ୍ଦ୍ରଗିରି ପଞ୍ଚାୟତ ରେ ୭୬ ଟି ତିଦ୍ଦତିୟ ଶରଣାର୍ଥୀ ପରିବାର କୁ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା ଉପସ୍ଥିତ ରହି ରାସନ୍ କାର୍ଡ ପ୍ରାପ୍ୟ ରସିଦ ବଣ୍ଟନ କରିଥିଲେ ‌। ଏହି ଅବସରରେ ବୌଦ୍ଧ ମନ୍ଦିରର ଲାମା ପେମା ଖେମ୍ପୋ ଯୋଗଦେଇ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ସ୍ଥାନୀୟ ସରପଞ୍ଚଙ୍କ ସମେତ ବ୍ଳକ ଯୋଗାଣ ଅଧିକାରୀ ସୁବେନ୍ଦୁ ପାଣିଗ୍ରାହୀ ଏବଂ ଜୀରାଙ୍ଗଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ରବି କୁମାର ପାତ୍ର ଉପସ୍ଥିତ ଥିଲେ। ସରକାର ଙ୍କ ଏହା ଏକ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ତିଦ୍ଦତିୟ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।