April 27, 2026

ପାରଳାଖେମୁଣ୍ଡି ଠାରେ ୩ଦିନି ଧରି ଚାଲିଥିବା ଗଜପତି ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ୍ସ କ୍ୟମ୍ପୋରର ଉତ୍ସବଉଦଯାପନ

IMG-20230220-WA0025
Share

 

ପାରଳାଖେମୁଣ୍ଡି:୨୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ତିନିଦିନ ଧରି ଚାଲିଥିବା ଷଷ୍ଠ ତମ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରୀର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଗୌଡ଼ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗଜପତି ଜିଲ୍ଲା ସ୍କାଉଟ କମିଶନର ତଥା ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବିଶ୍ୱନାଥ ଶବର, ନାରାୟଣପୁର ସରପଞ୍ଚ ଅନିତା ରାଣୀ ପଟ୍ଟନାୟକ, ସମିତି ସଭ୍ୟା ଶିବରାମ ସୁନାଶଗଡ଼, S.M.C ସଭାପତି ପ୍ରଶାନ୍ତ କୁମାର ବିଷୋୟୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ଏସ ମଣିମାଳା, ଜିଲ୍ଲା ଗାଇଡ଼ସ୍ କମିଶନର ଯୋଗ ଦେଇ ଥିବା ବେଳେ ଅନ୍ୟ ତମ ଅତିଥି ଭାବେ ବାଳ କୃଷ୍ଣ ପଟ୍ଟନାୟକ, ଚିତ୍ତ ରଞ୍ଜନ ମହାନ୍ତି ମୀନ କେତନ ସାହୁ ଅଂଶ ଗ୍ରହଣ କରିଥିଲେ।