ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତ ପାଇଁ ଆବେଦନ କରିଲେ ଚାଷୀ
ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ସମଙ୍ଗ, ସିରେଇକୋଣା, ଉତ୍ତରକଣା ଓ ତଳଜଙ୍ଘ ଚାଷୀଙ୍କ କଥା ଦୀର୍ଘ ଅଶିବର୍ଷ କାଳ ଯୋଉ ଚାଷ ଜମିରେ ପୂର୍ବପୁରୁଷ ଚାଷ କରି ଆସୁଥିଲେ ସେହି ଚାଷଜମି ଆଜି ମଧୁର ଜଳ ପ୍ରକଳ୍ପ ପାଇଁ ସରକାର ସ୍ଥିର କରିଛନ୍ତି l ଏହାକୁ ଆମେ ସ୍ୱାଗତ କରୁଛୁ ହେଲେ ଆମକୁ ଆମ ଉଚ୍ଚିତ କ୍ଷତିପୂରଣ ଦିଆଯାଉ ନଚେତ ଆମେ ଆତ୍ମାହୁତି ଦେବୁ କହିଛନ୍ତି ଚାଷୀମାନେ l ଆଜି ଆମେ ପୁରୀ ଜିଲ୍ଲାପାଳଙ୍କ ବାସଭବନ ରେ ଆଜି କୃଷକ ଯୁବନେତା ଶିବ ଜେନାଙ୍କ ନେତୃତ୍ୱ ରେ ସମସ୍ତ ଚାଷୀ ଜିଲ୍ଲାପାଳଙ୍କ ବାସଭବନ ରେ ନିବେଦନ ପତ୍ର ଦାଖଲ କରି କହିଛନ୍ତି ଯେ ବାରମ୍ବାର ଉଚ୍ଚ ନ୍ୟାୟାଳୟ ତହସିଲଦାରଙ୍କୁ ପନ୍ଦର ଦିନ ଭିତରେ ଉଚ୍ଚିତ ନ୍ୟାୟ ଦେବାପାଇଁ ନିର୍ଦେଶ ଦେଉଥିବା ବେଳେ ପୁରୀ ସଦର ତହସିଲଦାର ଅସାଧୁ ବ୍ୟକ୍ତି ମାନଙ୍କ ସହିତ ହାତମିଳାଇ ଉଚ୍ଚ ନ୍ୟାୟାଳୟ ନିର୍ଦେଶକୁ ବାରମ୍ବାର ବେଖାତିର କରିବା ସହିତ ଜିଲ୍ଲାପାଳ ଙ୍କ ସହିତ ସେହି ଚାଷଜମି ନିକଟକୁ ଯିବା ରାସ୍ତାରେ ଆଗକୁ ଗାଡି ଯାଇପାରିବନି କହି ଜିଲ୍ଲାପାଳ ଙ୍କୁ ଅଧାରାସ୍ତାରୁ ଫେରାଇ ଆଣିବାଭଳି କାର୍ଯ୍ୟ ଆମ ନିରୀହ ଚାଷୀମାନଙ୍କୁ କଷ୍ଟ ଦେଇଛି କହିଛନ୍ତି ଯୁବଚାଷୀ ତଥା ସମାଜସେବୀ ଶିବ ଜେନା l ଏଥି ସହିତ ଆସନ୍ତା ଜାନୁୟାରୀ ୨୮ରେ ଯଦି ଉଚିତ ନ୍ୟାୟ ନମିଳେ ଆମେ ସମସ୍ତ ଚାଷୀ ପରିବାର ସହିତ ଚାଷ ଜମିରେ ଆତ୍ମାହୁତି ଦେବୁ l ସେଥିନିମନ୍ତେ ଜାନୁୟାରୀ ୨୮ ପୂର୍ବରୁ ଜିଲ୍ଲାପାଳଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା ନିମନ୍ତେ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ରେ ଏକ ନିବେଦନ ପତ୍ର ଦେଇଛୁ ବୋଲି କହିଥିଲେ ଯୁବ ଚାଷୀ ତଥା ସମାଜସେବୀ ଶିବ ଜେନା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
