ମୋହନା ଠାରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ..

ମୋହନା—ମୋହନା ବ୍ଲକ୍ କାର୍ଯ୍ୟାଳୟ ସମିତି ସଭାଗୃହରେ ଆଗାମୀ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଗୋଷ୍ଠି ଉନ୍ନୟନ ଅଧିକାରୀ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଦିବସକୁ କିପରି ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ମହାସମାରୋହରେ ପାଳନ କରାଯିବ ସେ ସଂପର୍କରେ ବିଡ଼ିଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ପରିପେକ୍ଷୀରେ ସାମ୍ବାଦିକ ସଂଘ, ବଣିକ ସଂଘ, ଯୁବକ ସଂଘ, ଓକିଲ ସଂଘ, ସ୍ଥାନୀୟ ଉନ୍ନୟନ ପରିଷଦ, ଅଟୋ ସଂଘ, ଡ଼୍ରାଇଭର ସଂଘ, ସରପଞ୍ଚ, ସମିତି ସଭ୍ୟ, ରେଞ୍ଜର, ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟା ,ଶିଶୁ ବିକାଶ ବିଭାଗର କର୍ମକର୍ତ୍ତା ମାନଙ୍କ ସହ ଦିଲ ସେ ଇଣ୍ଡିଆ ସଂଘର ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥିପାଇଁ ବିଭିନ୍ନ ବିଭାଗ ପାଇଁ କମିଟି ଗଠନ ହୋଇଥିଲା। ସଦସ୍ୟ ମାନେ ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ମତ ପ୍ରକାଶ ପାଇଥିଲା।ଏହି ପ୍ରସ୍ତୁତି ବୈଠକରେ ବ୍ଳକ ସହକାରୀ ନିବାହୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ସରପଞ୍ଚ ସୁନିତା ମଳିକ, ସମିତି ସଭ୍ୟ ବାଳକୃଷ୍ଣ ମଳିକଙ୍କ ସମେତ ମୋହନା ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଏହା ସହ ସର୍ବ ସମ୍ମତି କ୍ରମେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିବା ନିମନ୍ତେ ସ୍ଥିର ହୋଇଥିଲା।
