November 22, 2024

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ  ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଘାଟିତ

Share

 

 

ପାରଳାଖେମୁଣ୍ଡି:୨୦/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗତ ୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା  ଗଜପତି ଜିଲ୍ଲା’ର କଳା , ସଂସ୍କୃତି ଐତିହ୍ୟ ଓ ସମୃଦ୍ଧ ପରମ୍ପରାରସମାରୋହ  ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ  ଉଦଘାଟିତ
ହୋଇଯାଇଛି ।ଏହି ଅବସର’ର ପୂର୍ବରୁ ପୁରାଣ ପ୍ରସିଦ୍ଧ ତଥା ଐତିହାସିକ ଶୈବ-ପୀଠ  ପବିତ୍ର ମହେନ୍ଦ୍ରଗିରି ଶିଖର’ରୁ ଅଣାଯାଇ  ସ୍ଥାନୀୟ ଜଗନ୍ନାଥ ମନ୍ଦିର’ରେ ରଖା ଯାଇଥିବା ଉତ୍ସବ’ର ମଶାଲ ଜ୍ୟୋତି’କୁ ମନ୍ଦିର’ରୁ ନିଆଯାଇ ଏକ ବିରାଟ ଶୋଭାଯାତ୍ରା’ରେ ଉତ୍ସବ ସ୍ଥଳ ଗଜପତି ଷ୍ଟାଡିୟମ୍ ପର୍ଯ୍ୟନ୍ତ ନିଆ ଯାଇଥିଲା ପରେ ସନ୍ଧ୍ୟାରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ   ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା’ର ଉଦଘାଟନ କରିଥିଲେ।ଅତିଥି ମାନେ ଉଦଘାଟନ ପରେ ଉତ୍ସବ ସ୍ଥଳରେ ହୋଇଥିବା ଶତାଧିକ ପ୍ରଦର୍ଶନୀ ଷ୍ଟଲ ସବୁ ପରିଦର୍ଶନ କରିଥିଲେ।ପରେ ଏହି ଅବସର’ରେ ଅନୁଷ୍ଠିତ ଉଦଘାଟନୀ ସଭା କାର୍ଯ୍ୟକ୍ରମ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା’ଙ୍କ ସଭାପତିତ୍ବ’ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରଳା ମାଟି ଓ ଗଜପତି ଜିଲ୍ଲା’ର  ଭରପୁର ପ୍ରାକୃତିକ ସୌନ୍ଦର୍ଯ୍ୟ ସମେତ କଳା ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମ’
ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜି ତିରୁପତି ରାଓ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ  ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ  ଏଡିଏମ୍ ଶ୍ରୀ ସଂଗ୍ରାମ ପଣ୍ଡା , ଏଡିଏମ୍ ଶ୍ରୀ ପ୍ରଦୀପ ନାୟକ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କଲ୍ୟାଣୀ ଗଜପତି , ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ଏହି ଉତ୍ସବ ଅବସର’ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପଦାମୃତ
ନୃତ୍ୟାୟନ ଆସାମ’ର ବିହୁନୃତ୍ୟ , ଆର ଉଦୟଗିରି ଆଦିବାସୀ ନୃତ୍ୟ , ହରିଆଣା , ଗୁଜୁରାଟ , ମଧ୍ୟପ୍ରଦେଶ ଓ ପଶ୍ଚିମ ବଙ୍ଗ’ର ନୃତ୍ୟ ଲୋକକଳା ଚିତ୍ତାକର୍ଷକ  ସମେତ ହାସ୍ୟ ଅଭିନେତା ରବି କୁମାର ଓ ସିନେ
ତାରକା ସୂର୍ଯ୍ୟମୟୀ’ଙ୍କ ସଂଳାପ ଓ ନୃତ୍ୟ ଅଭିନୟ ଉପସ୍ଥିତ ହଜାର ହଜାର ଦର୍ଷକ’ଙ୍କ ବିମୁଗ୍ଧ କରି ପକାଇଥିଲା ।