ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ …
ବାଲେଶ୍ବର ( ଦେବାଶିଷ ଦାଶ )
ନୀଳଗିରି , ଔପଦା ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ର ହାଇସ୍କୁଲ ଖେଳ ପଡିଆ ରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି ଔପଦା ବ୍ଲକ ଜୋନ ୨ ଅନ୍ତର୍ଗତ ୫ଖଣ୍ଡ ପଞ୍ଚାୟତ ର ଅବସ୍ଥିତ ସମସ୍ତ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଉକ୍ତ ଖେଳ ମହୋତ୍ସବ ରେ ଅଂଶ ଗ୍ରହଣ କରିଥିଲେ ,୧୦୦ମିଟର,୮୦୦ ମିଟର ଦୈଡ,ଖୋଖୋ, ଭଲିବଲ, କବାଡି ଆଦି ଖେଳରେ ପିଲା ମାନେ ସାମିଲ ହେବା ସହ କ୍ରୁତି ପ୍ରତିଯୋଗି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ! ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମ କୁ ଔପଦା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଦାଶ,AEE ଇଞ୍ଜିନିୟର ମମତା ରାଣୀ ପଣ୍ଡା ,ସ୍ଥାନୀୟ ସରପଞ୍ଚ ସାଧନା ମଳିକ,ଜୋନ୨ର ଜିଲ୍ଲା ପରିଷଦ ଉଷାରାଣୀ ରାଉଳ, ଈଶ୍ଵର ପୁର ହାଇସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାଳିକ, ସମାଜସେବୀ ଅନନ୍ତ ଗିରି ଏବଂ ସାଂସଦ ଖେଳ ମହୋତ୍ସବ ର ସଂଯୋଜକ ଗୋପି ବଲ୍ଲଭ ରାଉତ ଉଦ୍ଘାଟନ କରିଥିବା ବେଳେ ସମାଜ ସେବୀ ବଳରାମ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିବା ବେଳେ ଖ୍ରୀଷ୍ଟ ଯନ୍ତ୍ରୀ କିଶାନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ କ୍ରୀଡା ଶିକ୍ଷକ ଚକ୍ରଧର ଜେନା, ସୁଶ୍ରୀ ସଙ୍ଗାତା ମହାପାତ୍ର ,ଗୋଲକ କବି , ଦମୟନ୍ତୀ ପାତ୍ର ଖେଳ ପରିଚାଳନା କରିଥିଲେ ! ସୁଧାକର ମଳିକ, ଶିବଶଙ୍କର ମଢୁଆଳ,ଜଗଦିଶ ରାଉତ ,ଵଵ୍ଲୁ ଦାସ କାନୁନଗୋ,ରାଜୁ ରାଉତ, ପ୍ରକାଶ ସାମଲ, ଗଣେଶ ପରିଡ଼ା,କମଳାକାନ୍ତ ପୋଥାଳ,ଦୀପରୁ ମଳିକ,ଵାବୁରାଜ ପ୍ରମୁଖ ସହଯୋଗ କରିଥିଲେ
