ମୁକୁନ୍ଦପୁର ଫାଣ୍ଡି ଦ୍ବାରା ଏମ୍ ବି ଚେକିଙ୍ଗ କରି କରେଇଲେ ସଚେତନତ

କୋଲନରା : ( ସଞ୍ଜୀବ କୁମାର କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା ରେ ଦିନ କୁ ଦିନ ରାସ୍ତା ଦୁର୍ଘଟଣା ଘଟୁଥିବା ବେଳେ ଜନତାଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ନଜର ରଖିବା ସହ ରାସ୍ତା ଆରହି ମୋଟର ସାଇକେଲ ଏବଂ ସାନ ବଡ଼ ଗାଡ଼ି ମାନଙ୍କୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି ।ଯାତ୍ରା ସମୟରେ ଦୁର୍ଘଟଣା ହେଲେ ନିରୀହ ଜୀବନ ଚାଲିଯିବା ବେଳେ ଘରେ ଥିବା ପରିବାର କଥା କିଏ ବୁଝିବ ବୋଲି ଚିନ୍ତା କରି ଗୁରୁବାର ସାପ୍ତାହିକ ହାଟ ହେଉଥିବା ବେଳେ ଟ୍ରାଫିକ ସମସ୍ୟା କୁ ନଜର ରଖି ଏ ଏସ ଆଇ ଉମାଶଙ୍କର ତ୍ରିପାଠୀ ସମସ୍ତ ସାନ ବଡ଼ ଗାଡ଼ି ଚାଳକ ମାନଙ୍କୁ ଚେକିଙ୍ଗ କରିବା ସହ ସୁରକ୍ଷିତ ରେ ଯାତ୍ରା କରିବା ପାଇଁ ସଚେତନତା କରୁଥିବା ଶ୍ରୀ ତ୍ରିପାଠୀ କହିଥିଲେ ।ଏହିଭଳି ପଦକ୍ଷେପ କୁ ଦେଖି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏ ଏସ ଆଇ ତ୍ରିପାଠୀ ଙ୍କୁ ସାଧୁବାଦ ଜଣାଇଛନ୍ତି ।
