ଆଉ ଜଣେ IIC ଭିଜିଲାନ୍ସ ଜାଲରେ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା IIC ସୁକୁମା ହାଁସଦା ଜଣଙ୍କ ଠାରୁ ୨୦,୦୦୦/- ଟଙ୍କା ନେବାବେଳେ ଭିଜିଲାନ୍ସ

IMG-20251219-WA0022
Share

୧୯.୧୨.୨୦୨୫ ,(ଗୁପ୍ତେଶ୍ୱର ରଥ କୋରାପୁଟ) ଆଉ ଜଣେ IIC ଭିଜିଲାନ୍ସ ଜାଲରେ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା IIC ସୁକୁମା ହାଁସଦା ଜଣଙ୍କ ଠାରୁ ୨୦,୦୦୦/- ଟଙ୍କା ନେବାବେଳେ ଭିଜିଲାନ୍ସ ଚଢ଼ାଉ କଲା। ଦଶମନ୍ତପୁର ଆଇ ଆଇସି ରାମେଶ୍ବର ବିଶୋଇ ଙ୍କ ବିରୁଦ୍ଧରେ କେଶ କରି କୋର୍ଟ କୁ ଚାଲାଣ କରିବା ପରେ ଉକ୍ତ ବ୍ୟକ୍ତି କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ କେଶ ଡାଇରୀ ଥାନାକୁ ମାଗିଥିଲେ କିନ୍ତୁ ଆଇ ଆଇସି କୋର୍ଟ କୁ ଦେଇ ନଥିଲେ। କୋର୍ଟ କେଶ ଡାଇରୀ ପାଇଁ ୧୮.୧୨.୨୦୨୫ କୁ ରଖିଥିଲେ। ରାମେଶ୍ବର ର ବାପା ଆଇ ଆଇସି ଙ୍କୁ ମିଶି କେଶ ଡାଇରୀ କୋର୍ଟ କୁ ପୋଠାଇବା ପାଇଁ କହିଥିଲେ। ଆଇ ଆଇସି କୋର୍ଟ କୁ କେଶ ଡାଇରୀ ପଠାଇବା ପାଇଁ ୨୦,୦୦୦/- ଟଙ୍କା ଲାଞ୍ଚ ମାଗିଥିଲେ। ଏହି ବିଷୟ ସୁନ୍ଧୀ ସମାଜର ସେକ୍ରେଟାରୀ କୁ କହିଥିଲେ। ସେ ଭିଜିଲାନ୍ସ ଅଫିସ୍ ଆସି ଆଇ ଆଇସି ଙ୍କ ବିରୁଦ୍ଧ ଅଭିଯୋଗ କରିଥିଲେ ଓ ଆଇ ଆଇସି ଙ୍କ ବିରୁଦ୍ଧ ରେ ଗୋଟିଏ କେଶ ରୂଜୁ ହୋଇଥିଲା। ଓ ପୂର୍ବ ଯୋଜନା ମୁତାବକ ଆଇ ଆଇସି ୨୦,୦୦୦/- ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଧରିଥିଲା ଓ ତାଙ୍କୁ କୋର୍ଟ କୁ ଚାଲାଣ କରିଥିଲା।

You may have missed