ଜାଗିଆମ୍ମା ଙ୍କ ଦୁଃଖ ଶୁଣିବ କିଏ !!!
କୋଲନରା : ନିରୀହ ଦୁଃଖୀ ରଖି ମାନଙ୍କ ପାଇଁ ରାଜ୍ୟ ସରକାର ବୁଢ଼ା ବୁଢ଼ୀ ମାନଙ୍କୁ ସହଯୋଗ ର ହାତ ବଢ଼େଇ ଥିବା ବେଳେ ନିରୀହ ବୁଢ଼ା ବୁଢ଼ୀ ମାନଙ୍କ ପାଖରେ ଯୋଜନା ପହଞ୍ଚି ପାରୁନି ।ଏହିଭଳି ସମସ୍ୟା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ବାଡିସଲା ଗ୍ରାମରେ ।ଜାଗିଆମ୍ମା କହିଲେ ବିଧବା ମହିଳା ସହ ସେ ଜଣେ ଭିନ୍ନକ୍ଷମ ।ସ୍ବର୍ଗତ ସ୍ୱାମୀ ଦୀର୍ଘ ୨୦ ବର୍ଷ ହୋବ ।ସ୍ୱାମୀ ଚାଲିଗଲା ପରେ ନିଜର ବୋଲି କେହି ନାହାନ୍ତି । ଏହିଭଳି ଭିନ୍ନକ୍ଷମ ଲୋକଙ୍କ ପାଇଁ ଏକମାତ୍ର ସାହା ଭରସା ରାଜ୍ୟ ସରକାର ବୋଲି ସବୁ ଜାଣିଛନ୍ତି । ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ବିଭିନ୍ନ ଯୋଜନା ରେ ଭିନ୍ନ ଭିନ୍ନ ପଦାଧିକାରୀ ନିୟୋଜିତ ହୋଇ ଲୋକଙ୍କ ସମସ୍ୟା କୁ ସରଳତା ସହ ଲୋକଙ୍କ ସେବା କରିବା ପାଇଁ ମଟା ଅଙ୍କର ବେତନ ମଧ୍ୟ ନେଉଛନ୍ତି। କିନ୍ତୁ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ନିହାତି ଅସହାୟ ଲୋକ ମାନଙ୍କ ପାଇଁ ଅନ୍ୟ ପ୍ରକାର ର ସୁବିଧା ଥିବା ବେଳେ ଅଧିକାରୀ ମାନେ ଦୃଷ୍ଟି ଆକର୍ଷଣ କରୁନଥିବା ଅଭିଯୋଗ ହୋଇଛି । ସେଥିଯୋଗୁଁ ନିରୀହ ଲୋକମାନେ ସରକାର ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି । ଏହି ସବୁ ଯୋଜନା ରୁ ବଞ୍ଚିତ ହୋଉଥିବା ଜାଗିଆମ୍ମା କହିଛନ୍ତି ।ସେ ଜଣେ ଭିନ୍ନକ୍ଷମ ହୋଇଥିବାରୁ ମୋତେ ଏହିଭଳି ଅସୁବିଧା ହୋଉଛି । ମୁଁ ଭିନ୍ନକ୍ଷମ ଯୋଗୁଁ ପଞ୍ଚାୟତ ରେ ମିଳୁଥିବା ଖାଦ୍ୟ ସୁରକ୍ଷା ଯୋଜନା ର ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ ପାରୁନାହିଁ । ଯୋଉ ଫୋଳରେ ଦିନେ ଦୁଇ ଦିନ ଭୋକିଲା ରହିବାକୁ ପଡୁଛି ବୋଲି କହିଛନ୍ତି। ଯୋଉ ପାଞ୍ଚ କେଜି ଚାଉଳ ଦେଉଛନ୍ତି ସେଇ ପାଞ୍ଚ କେଜି ଚାଉଳ ମାସରେ ଖାଇବା କୁ ପାଉନି ।ମୁ ତ ନିଜେ ଭିନ୍ନକ୍ଷମ କୁଲି ବୁତି କରିପାରିନାହିଁ ତଥାପି ସରକାର ମୋ କଥା ବୁଝୁନାହିଁ ।ମୁ କେତେବେଳେ ଅନାହାର ମୃତ୍ୟୁ ରେ ଜୀବନ ଯିବ ମୁ ନିଜେ ଜାଣିନାହିଁ । ମୋର ମୃତ୍ୟୁ ର କାରଣ ସ୍ଥାନୀୟ ସରପଞ୍ଚ, ଗ୍ରାମ ସେବକ, ବିଡ଼ିଓ ଦାୟି ରହିବେ ବୋଲି କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଥିଲେ ଜାଗିଆମ୍ମା ।ବର୍ତମାନର ସରକାର ଯୋଜନା ଉପରେ ଯୋଜନା କରି ନିରୀହ ଲୋକଙ୍କ ଦୁଃଖ ଦୂର କରିବା ନିର୍ବାଚନ ବେଳେ କହି ସରକାର କୁ ଆସିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କିଏ ନିହାତି ଦୁଃଖୀ ରଖି ଲୋକ ସରକାର ଚିନ୍ନଟ କରି ପାରିଲା ନାହିଁ ବୋଲି ସାଧାରଣ ଦାବି ହୋଉଛି ।ଏହିଭଳି ଶାସନ ହୋବ ମାନେ ଗରିବ ଲୋକମାନଙ୍କ ଦୁଃଖ କେବେ ଦୂର ହେବ ନାହିଁ ବୋଲି କହିଛନ୍ତି । ନିହାତି ଗରିବ ରୁ ଗରିବ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନା ଥିବା ବେଳେ ବାଙ୍କିଲି ଗ୍ରାମ ପଞ୍ଚାୟତ ରେ ଯାହାର ପରିବାର ସ୍ୱଚ୍ଛଳ ରେ ପରିବାର ପ୍ରତିପୋଷଣ ହୋଉଛି ସେଇ ପରିବାର ଅନ୍ତଦ୍ୟୟ ଅନ୍ନ ଯୋଜନାରେ ୩୫କେଜି ଚାଉଳ ପାଉଛନ୍ତି । କିନ୍ତୁ ଆମ ଭଳି ଅନେକ ଗରିବ ଲୋକ ଅନ୍ତଦ୍ୟୟ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ବୋଲି ଜାଗିଆମ୍ମା କହିଛନ୍ତି । ଆମେତ ଗରିବ ଲୋକ ଆଉ ଭିନ୍ନକ୍ଷମ ଆମ କଥା କିଏ ପଚାରେ ବୋଲି ଦୁଃଖ ରେ ଅଶ୍ରୁ ଜଳ ଜଳ ହୋଇ ଗୁହାରି ଗଣ ମାଧ୍ୟମ ଆଗରେ କହିଥିଲେ ।ଏହି ସମ୍ପର୍କ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୀବନ ଜେନା ଓ ବାଙ୍କିଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡାଙ୍ଗି କୁ ପଚାରି ବୁଝିବାରୁ ସେ କହିଲେ କି ଆମ ପଞ୍ଚାୟତ ସମିତି କୋଲନରା ର ଅଧିକାରୀ ଙ୍କୁ ଅବଗତ କରେଇବୁ କହିଥିଲେ ।ପୁନର୍ବାର ମାର୍କେଟିଂ ଇନିସ୍ପେକ୍ଟର ଅନୀଲ କୁମାର ଗମାଙ୍ଗ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିଲା । ପୁଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋଲନରା ରୀନା ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କେବେ ଏହି ଭଳି ଭିନ୍ନକ୍ଷମ ସହ ବିଧବା ଜାଗିଆମ୍ମା ପରି ଭତ୍ତା ପାଉଥିବା ବୁଢ଼ା ବୁଢ଼ୀ ମାନଙ୍କୁ ନିଜ ଘରେ ନେଇ ସାଧାରଣ ବଣ୍ଟନ ଚାଉଳ ସହ ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବିହୋଇଛି ।ସରକାରୀ ସୁବିଧାରେ ବଞ୍ଚିତ ହେବେ ନାହିଁ ତ ! ବୋଲି ମାଆ ଗଙ୍ଗେଇ ଜାଣନ୍ତି । ମୋ ଭଳି ଅସୁବିଧା କାହାରିକୁ ନ ଆସୁ ବୋଲି ଜାଗିଆମ୍ମା ଠାକୁର ଙ୍କୁ ହାତ ଟେକିଦେଇଛନ୍ତି ।ସମସ୍ୟା ର ସମାଧାନ କେବେ ହେବ ଦେଖିବାକୁ ବାକି ରହିଲା।
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ