December 20, 2024

ଖୋଲା ଆକାଶ ତଳେ ଖଳାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ। ଚିନ୍ତାରେ ଧାନ ଚାଷୀ !!!

Share

 

କୋଲନରା : କୋଲନରା ବ୍ଲକରେ ଗତ କାଲି ଠାରୁ ଆରମ୍ଭ ହୋଇଛି ଧାନ ମଣ୍ଡି। ବହୁ ଚାଷୀ ଧାନ ଅମଳ କରି ଶହ ଶହ କ୍ୱିଣ୍ଟାଲ ଧାନ ଖଳାରେ ଖୋଲା ଆକାଶ ତଳେ ପକେଇ ରଖିଛନ୍ତି। ଟୋକନ ଆସିନଥିବାରୁ ବିକି ପାରୁନାହାଁନ୍ତି। ନିଜର ପାଲ ମଧ୍ୟ ନାହିଁ ଯେ ବର୍ଷା ହେଲେ ଧାନ ଘୋଡାଇବାକୁ। ଚାଷୀ ମଣ୍ଡିକୁ ନ ନେଲେ ଧାନ ବିକ୍ରି କରିପାରିବେ ନାହିଁ। ଯଦି ଚାଷୀ ଧାନ ମଣ୍ଡିକୁ ନେଲେ, ତେବେ ଧାନ ଟେଷ୍ଟଟିଙ୍ଗ ରେ ଯଦି ଠିକ ରହେତ ତେବେ ଭଲ, ଯଦି ଫେଲ ହେଲେ ଧାନ ଖଳାକୁ ଆଣିବେ, ପୁଣି ସଫା କରିବେ ପୁଣି ସୁଖେଇବେ ଆଉଥରେ ମଣ୍ଡିକୁ ନେବେ, ଏତିକି କାମରେ ହେଉଥିବା ଖର୍ଚ୍ଚ ସହ ଏହି ଗାଡି ଭଡା ଖର୍ଚ୍ଚ ଓ ଲାଗୁଥିବା ମଜୁରୀ ଚାଷୀଙ୍କୁ ଦେବ କିଏ ? ଖଳାରେ ଧାନ ଜଗିବ କିଏ ? ସେମାନେ ଦାବି କରିଛନ୍ତି ଯେ ଆମେ ଆଗରୁ ଯେଉଁଭଳି ଧାନ ବିକୁଥିଲୁ ଆମକୁ ସେହି ପ୍ରକାରେ ଧାନ ବିକିବାକୁ ଦିଆଯାଉ। ନଚେତ ଆନ୍ଦୋଳନ ଜରିଆରେ ରାଜ ରାସ୍ତାକୁ ଓଲ୍ହାଇବୁ ବୋଲି ଚାଷୀ ମାନେ କହିଛନ୍ତି। ଚଳିତ ବର୍ଷ ମଣ୍ଡି ସମୟକୁ ରାଜ୍ୟରେ ବିଜେପି ସରକାର ରହିଛି। ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମଣ୍ଡି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁରାଜ୍ୟ ସରକାର ଅନେକ ନିୟମ କରିଛନ୍ତି। କିନ୍ତୁ ଚାଷୀଙ୍କ ପାଇଁ ଏହି ନିୟମ କାମରେ ଆସୁନଥିବା ବେଳେ, ଅନେକ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଉଛି। ଏହି ନୂଆ ନିୟମକୁ ଧରିଲେ, ଆମେ କେତେଦିନ ଖୋଲା ଆକାଶ ତଳେ ଖଳାରେ ଧାନ ପକାଇ ଜଗି ରହିବୁ ବୋଲି ପ୍ରଶ୍ନ କରିଛନ୍ତି । ଏପଟେ ଚୋରି ହାରୀର ଭୟ ଥିବାବେଳେ ସେପଟେ ଗାଈଗୋରୁ ସହିତ ନିଆଁପାଣିର ଡର ମଧ୍ୟ ଚାଷୀଙ୍କ ନିଦ ହଜାଇଦେଲାଣି। ସରକାର କରିଥିବା ନିୟମ କୁ ଦେଖିଲେ ଗୋଟିଏ ଦିନରେ କେବଳ ୨ ରୁ ୩ ଜଣ ଚାଷୀ ଧାନ ବିକି ପାରିବେ। ଏହା ସହିତ ଅନେକ ସମୟରେ ନେଟୱାର୍କ ର ଲିଙ୍କ ଫେଲ ସମସ୍ୟା ହେଉଥିବାରୁ ମଣ୍ଡିକୁ ଯାଇଥିବା ବଳକା ଚାଷୀ ଧାନ ଗାଡି ନେଇ କଣ ଘରକୁ ଫେରିବେ କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରିଛନ୍ତି। ମୁଣ୍ଡ ଉପରେ ମେଘୁଆ ପାଗ ଦେଖି ଚାଷୀ ମାନେ ଚିନ୍ତିତ ଥିବା ବେଳେ ସରକାରଙ୍କର ଏହି ନୂଆନିୟମ ଆମକୁ ଦରକାର ନାହିଁ ଆମେ ଆଗରୁ ଯେଉଁଭଳି ଧାନ ବିକ୍ରି କରି ପାରୁଥିଲୁ ସେହି ଭଳି ବିକ୍ରି କରିବାକୁ ଦିଆ ଯାଉବୋଲି ଚାଷୀ ମାନେ ଦାବି କରିଛନ୍ତି।

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ