March 11, 2026

ଗଜପତି ଜିଲ୍ଲା ଆର.ଉଦୟଗିରି ଠାରେ ବ୍ଳକ ସ୍ତରୀୟ ଉଦୟ ମହୋତ୍ସବ ଉଦଯାପିତ

ihiuy8oo
Share

 

ପାରଳାଖେମୁଣ୍ଡି,ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକସ୍ତରୀୟ ଉଦୟ ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବ ଦୁଇଦିନ ଧରି ଚାଲିଥିଲା । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକସ୍ତରୀୟ ଉଦୟନାଥ ମହୋତ୍ସବ ଅନୁଷ୍ଠିତ ପାଇଁ ମହେନ୍ଦ୍ରଗିରି ପର୍ବରୁ ମସଲା ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଆର, ଉଦୟଗିରି ବ୍ଳକର କର୍ମଚାରୀ ମଶାଲକୁ ସ୍ବାଗତ କରିବା ସହ ନେଇ ପାର୍ବତୀ ମନ୍ଦିରରେ ରଖିଥିଲେ ମହୋତ୍ସବ ପ୍ରଥମ ଦିନରେ ପାର୍ବତୀ ମନ୍ଦିରରୁ ବହୁ ଆଡମ୍ବରରେ ମଶାଲକୁ ଶିବ ମନ୍ଦିର ପଡିଆକୁ ନିଆଯାଇଥିଲା । ଲୋକକଳାର ବିକାଶ ତଥା ଗ୍ରାମାଞ୍ଚଳରେ ରହୁଥିବା କଳାକାରଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ଜିଲ୍ଲାର ଐତିହ୍ୟ ଓ ପରମ୍ପରାର ପୁନରୁଦ୍ଧାର କରିବା ସହ ପ୍ରଶାସନ ଦ୍ବାରା ଗୋଷ୍ଠୀର ସମୂହ ଉନ୍ନତିର ବାସ୍ତବ ଚିତ୍ରକୁ ସର୍ବ ସାଧାରଣରେ ପଦର୍ଶିତ ତଥା ବଡଦିନ ନୂଆବର୍ଷ, ପୋଙ୍ଗଲ ଉତ୍ସବ ଓ କୃଷି ଉତ୍ପାଦିତ ଦ୍ରବ୍ୟ ଘରକୁ ଆଣିବା ସହ ସଙ୍ଗୀତର ସ୍ଵରରେ ଜନସାଧାରଣଙ୍କୁ ଅମୋଦିତ କରିପାରି ଥିଲା ଆର,ଉଦୟଗିରି ବ୍ଲକର ସଦର ମହକୁମା ଆର . ଉଦୟଗିରି ସ୍ଥିତ ଶିବ ମନ୍ଦିର ପଡିଆରେ ବ୍ଳକ ସ୍ତରୀୟ ଉଦୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।ଉଦଘାଟନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଶାସନିକ ଅଧିକାରୀ ଏବଂ କଳାକାର ଉପସ୍ଥିତ ହୋଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ । ଉତ୍ସବର ପ୍ରଥମ ଦିନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବରା ତ୍ରିରୁପତି ରାଓ, ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବିଡିଓ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର,ଲରିମନ ଖର୍ସେଲ, ତହସିଲଦାର ଜ୍ୟେତିମୟ ଦାସ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମି ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ଯମୁନା ଦଳବେହେରା, ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଏବଂ ଦୁତୀୟ ଦିନରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗୁଣନିଧି ନାୟକ, ସ୍ଥାନୀୟ ବ୍ଳକ ସହକାରୀ ନିର୍ବାହୀ ଯନ୍ତୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ବ୍ଳକର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ/ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବରେ ଗଣମାଧମ
ପ୍ରତିନିଧି, ସରକାରୀ ବିଭିନ୍ନ ବିଭାଗ, ଅନୁଷ୍ଠାନ, ସ୍ବେଛାସେବୀ, ସଙ୍ଗଠନ ଓ କେତେକ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ବ୍ଳକର କେ. ଏମ୍, ଭିଲିଆସାହି ହାଇସ୍କୁଲ ଛାତ୍ରୀମାନଙ୍କ ଦ୍ବାରା ନାରୀ ସହଶକ୍ତି କରିଣ ଗିତ ଓ ନାଚ ଅନୁଷ୍ଠିତ ହୋଇବା ସହ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଦ୍ୟାଳୟ ଏବଂ ବିଭିନ୍ନ ଗ୍ରାମର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମ ଦିନରେ ଏହି ଅଞ୍ଚଳର କିଛି ସାମ୍ବାଦିକଙ୍କୁ ବ୍ଳକ ପ୍ରଶାସନ ଦ୍ବାରା ସମ୍ମାନିତ କରଥଲେ। ଆଉ କିଛି ସାମ୍ବାଦିକଙ୍କୁ ଛାଡିଦେଇଥିବା ନେଇ ବିଭିନ୍ନ ଗ୍ରାମର ବିଭିନ୍ନ ମହଲରେ ଚଚ୍ଚା ହୋଇଥିଲା ଏହା ବ୍ଳକ ପ୍ରଶାସନ ଚେତା ପସିଯିବାରୁ ସେମାନଙ୍କୁ ଦୁତୀୟ ଦିନ ବା ଉଦ୍ଯାପିତ ଦିନ ସମ୍ମାନିତ କରାଯାଇଥିଲା ଏହାକୁ ନେଇ ଆଲୋଚନା ସୃଷ୍ଟି ହୋଇଛି ।(ଗରୁଡ଼ ଧ୍ଵଜ ଚୌଧୁରୀ)