September 21, 2024

ପାରାଦୀପ ପୋର୍ଟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଜାଗରଣ ସମାବେଶ ଅନୁଷ୍ଠିତ

Share

ପାରାଦୀପ ପୋର୍ଟ ମଜଦୁର ସଂଘ ପକ୍ଷରୁ ଶ୍ରମିକ ଜାଗରଣ ସମାବେଶ ଅନୁଷ୍ଠିତ। ଏଥିନେଇ ପାରାଦୀପ ବଡ଼ପଡ଼ିଆ ଛକ ନିକଟରୁ ଶ୍ରମିକମାନଙ୍କ ଏକ ଶୋଭାଯାତ୍ରା ବାହାରି ଜୟଦେବ ସଦନ ପଡ଼ିଆଠାରେ ଶ୍ରମିକ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୋଗ ଦେଇଥିବା ସଂଘର ନେତାମାନେ ଶ୍ରମିକ ମାନଙ୍କ ସ୍ବାର୍ଥ ବିରୋଧୀ ଙ୍କୁ କଡା ଜବାବ ଦେଇଛନ୍ତି। ଆୟୋଜିତ ସଭାରେ ସଂଘର ପୂର୍ବତନ ଟ୍ରଷ୍ଟି ପରେଶ ମୁର୍ମୁ ଙ୍କ ସଭାପତିତ୍ଵରେ ସଂଘ ସଭାପତି ପ୍ରକାଶ ତ୍ରିପାଠୀ ଶ୍ରମିକମାନଙ୍କ ସ୍ଵାର୍ଥ ପାଇଁ ସଂଘ କାର୍ଯ୍ୟ କରୁଛି , ଯିଏ ଶ୍ରମିକମାନଙ୍କ ସ୍ବାର୍ଥ ବିରୋଧୀ ହେବ ଶ୍ରମିକମାନେ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ଵାନ ଦେଇଥିବା ବେଳେ ଉପଦେଷ୍ଟା ସମ୍ପଦ ସ୍ଵାଇଁ ଶ୍ରମିକମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ। ସେହିପରି ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ପାଇଁ ସଂଘ ଲଢେଇ କରିବା ପାଇଁ ସବୁ ସମୟରେ ପ୍ରସ୍ତୁତ ଅଛି ବୋଲି କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ବେହେରା ଙ୍କ ସମେତ ନେତାମାନେ ରଣହୁଙ୍କାର ଦେଇଛନ୍ତି। ଏହି ଶ୍ରମିକ ସମାବେଶରେ ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ ଶ୍ରମିକ ସାମିଲ ଥିଲେ।

(ପାରାଦୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଓଡିଶା)