ପୁରୀରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ
ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଇତିହାସ ଓ ଭୁତତ୍ତ୍ୱ ବିଭାଗ ଆନୁକୂଲ୍ୟରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳନ କରାଯାଇଛି l ଭାରତୀୟ ଭୁତତ୍ତ୍ୱ ସଂସ୍ଥାନ ଏବଂ ଭୁପତିକ ପର୍ଯ୍ୟବେକ୍ଷଣ, ଉତ୍କଳ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ନଭେମ୍ବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ନାତକତ୍ତର ଇତିହାସ ଓ ଭୁତତ୍ତ୍ୱ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଐତିହ୍ୟ ପଦଯାତ୍ରା ସହିତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଆସନ୍ତାକାଲି ଇତିହାସ ବିଭାଗ ଆନୁକୂଲ୍ୟରେ ଓଡିଶାର କାଳାତିତ ଐତିହ୍ୟ ର ଉନ୍ମୋଚନ ” ଦିଗ ଓ ଆହ୍ୱାନ ” ଆଲୋଚନା ହେବାସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ କ୍ଷୁଦ୍ର ପ୍ରଦର୍ଶନୀ ଅନୁଷ୍ଠିତ କରାଯିବ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
