April 30, 2026

ସାତପଡ଼ା ରୁ ଜହ୍ନିକୁଦା ଚିଲିକା ସେତୁ ମିଛ ପ୍ରତିଶୃତି

IMG-20251119-WA0018
Share

 

ପୁରୀଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ନିର୍ବାଚନ ମଣ୍ଡଳୀର ଚିଲିକା ସେତୁ ସାତପଡ଼ା ରୁ ଜହ୍ନିକୁଦା ସାଧାରଣ ଜନତା ଖରା ବର୍ଷା ରେ ଡଙ୍ଗାରେ ଯାତାୟାତ କରୁଛନ୍ତି ଗୋଟିଏ ଡଙ୍ଗାରେ ପଚାଶରୁ ଉର୍ଦ୍ଧ ବାଇକ ଏବଂ ଶତାଧିକ ଜନତା ଯାତାୟାତ କରୁଛନ୍ତି l ଏଥିସହିତ ଦୁଇଟି ଭେଶାଲ ଚାଲୁଛି l କେତେବେଳେ ଡ଼ଙ୍ଗାର ମେସିନ ଖରାପ ତ କେତେବେଳେ ଭେଶାଲ ମଝି ଚିଲିକାରେ ଫସି ରହୁଛି l ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା ଏହି ରାସ୍ତାରେ ପ୍ରତିଦିନ ଆନ୍ଧ୍ର, ଚେନାଇ, ବରହମପୁର, କୋରାପୁଟ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲାରୁ ପ୍ରତିଦିନ ଶତାଧିକ ଭାରୀଯାନ ଭେଶାଲ ମାଧ୍ୟମରେ ପୁରୀକୁ ଆସୁଛି l ଗତ ୨୦୨୪ ସାଧାରଣ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଧାୟିକା ପ୍ରାର୍ଥୀନୀ ଉପାସନା ମହାପାତ୍ର ନିର୍ଭର ପ୍ରତିଶୃତି ଦେଇଥିଲେ ଯେ ଆପଣ ଆମକୁ ଭୋଟ ଦିଅନ୍ତୁ ବର୍ଷେ ଭିତରେ ଆମେ ସାତପଡ଼ା ରୁ ଜହ୍ନିକୁଦା ବ୍ରିଜ କରିବୁ କିନ୍ତୁ ନିର୍ବାଚନ ଜିତିବା କୋଡିଏ ମାସ ହେଇଗଲା ହେଲେ ବ୍ରିଜ ର ଶିଳାନ୍ୟାସ ତ ଦୂରର କଥା ଏପର୍ଯ୍ୟନ୍ତ ବାଲି ଗାଡ଼ିଟିଏ ବି ପଡ଼ିବାକୁ ନାହିଁ l ଦୁଃଖର କଥା ଆଜିବି ଡଙ୍ଗାରେ ଯାଉଛନ୍ତି ପ୍ରତିଶୃତି ଦେଇଥିବା ସାଂସଦ ଓ ବିଧାୟିକା l ସାଧାରଣ ରେ ଚର୍ଚ୍ଚା ହେଉଛି ଭୋଟ ଜିତିବା ପାଇଁ ଏଭଳି ମିଛ ପ୍ରତିଶୃତି ଦେଇ ଜନତାଙ୍କୁ ବୋକା ବନାଉଛନ୍ତି ନେତା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed