ଚାଷୀ ହସିଲେ ରାଜ୍ୟ ହସିବ
ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନୂଆପଡା ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ସାଂସଦ ସମ୍ବିତ ପାତ୍ର ଏବଂ ବିଧାୟିକା ଉପାସନା ମହାପାତ୍ର ଯୋଗଦାନ କରି ମେଳାକୁ ଉଦଘାଟନ କରିବା ସହିତ ମେଳାରେ ଲାଗିଥିବା ସମସ୍ତ ଷ୍ଟଲ ବୁଲି ଦେଖିଥିଲେ l ସାଂସଦ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ଚାଷୀଙ୍କ ଉନ୍ନତି ପାଇଁ ଆମ ସରକାର ଅଙ୍ଗିକାର ବଦ୍ଧ l ଆମ ଅଞ୍ଚଳର ଯୁବକ ବାହାରକୁ ଦାଦନ ଖଟିବାକୁ ନଯାଇ କିଭଳି ନିଜ ଅଞ୍ଚଳରେ ସମସ୍ତ ସରକାରୀ ଯୋଜନା ସମେତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ କିଭଳି ଗୋପାଳକ ଆତ୍ମନିର୍ଭରଶୀଳ ହୋଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ଶେଷରେ କହିଥିଲେ ଯେ ଚାଷୀ ହସିଲେ ରାଜ୍ୟ ବଢିବ କହିବା ସହିତ କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ସେମାନଙ୍କୁ ପୁରୁଷ ଅପେକ୍ଷା ଅଧିକ ୧୦ପ୍ରତିଶତ ଛାଡ଼ ଦିଆଯାଇଛି l ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ, ଚାଷୀ – ବିଶେଷଜ୍ଞ ଆଲୋଚନା ଚକ୍ର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ କୃଷ୍ଣପ୍ରସାଦ ବ୍ଲକ ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଶେଷରେ ଜିଲ୍ଲା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
