March 11, 2026
IMG-20251119-WA0015
Share

 

 

ବୋଲଗଡ଼,(ଉପାନ୍ତ ଖବର):ରାଜ୍ୟରୁ ଲଘୁଚାପ ଅପସରି ଯିବା ପରେ ବଢ଼ିଛି ଶୀତ ଲହରି । ଶୀତର ଲହରୀକୁ ସାଉୁଁଟୁଛି ଗାଁ ଠାରୁ ସହର ।ଥଣ୍ଡା କାକର ଶୀତୁଆ ସକାଳ ସହ କଅଁଳ ଖରାର ତାତିକୁ ଉପଭୋଗ କରିବା ସହିତ ଚା’ଖଟିରେ ଆସର ଜମାଉଛନ୍ତି ଲୋକମାନେ। ଟୋପା ଟୋପା କାକର ସହ ଘନ କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇଛି ପ୍ରକୃତି ରାଣୀ। ଏହି ସକାଳର ଶୀତରେ ଶରୀରକୁ ଫିଟ୍ ରଖିବା କିଏ ମର୍ଣ୍ଣିଂ ୱାର୍କ କରିଥାଏ ତ କିଏ ଏକ୍ସରସାଇଜ୍। କିନ୍ତୁ ଏହି ଶୀତ ସମସ୍ତଙ୍କ ପାଇଁ ସମାନ ନୁହେଁ । କାହା ପାଇଁ ଶୀତର ପହିଲି କିରଣ ଖୁସିର ସମ୍ଭାର ନେଇ ଆସିଥାଏ ତ କାହା ପାଇଁ ଦୁଃଖର ବୋଝ । ଗରିବଟିଏ ପାଇଁ କି ଅବା ଶୀତ କି ଅବା ବସନ୍ତ, ଶୀତକୁ ଖାତିର ନକରି ପେଟ ପାଟଣା ପାଇଁ ଥରଥର ଥଣ୍ଡାରେ ବାହାରକୁ ବାହାରିବାକୁ ପଡ଼ିଥାଏ । ଦିନ ଯାଇ ସଞ୍ଜ ନଇଁବା କ୍ଷଣି ମାଡି ଆସୁଛି ଶୀତର ପ୍ରକୋପ। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି। ବୃଦ୍ଧ ଠାରୁ ପିଲା ସଭିଏଁ ଏବେ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।