ଆଜିର ଖବର…
୧-ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ବିକାଶ ପାଇଁ କ୍ଷେତ୍ରକୁ ଯାଆନ୍ତୁ, ଲୋକମାନଙ୍କ କଥା ଶୁଣନ୍ତୁ, ସମ୍ମାନ କରନ୍ତୁ।
୨-ଶୀତରେ ଥରୁଛି ସାରା ଓଡ଼ିଶା। ଝାରସୁଗୁଡ଼ାରେ ୧୧ ଡିଗ୍ରୀକୁ ଖସିଲା ପାରଦ। ଜି.ଉଦୟଗିରିରେ ସର୍ବନିମ୍ନ ୫.୪ ଡିଗ୍ରୀ ତାପମାତ୍ରା।
୩-ବରଗଡ଼:ସୁଶୀଲ ମେହେର ହେବେ କଂସ, ୩ ବର୍ଷ ପାଇଁ କଂସ ଭୂମିକାରେ କରିବେ ଅଭିନୟ।
୪-ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକର ବିଡ଼ିଓଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; ପାହାଡ ଚଢି ଦୁର୍ଗମ ଅଞ୍ଚଳର ଲୋକଙ୍କ ସମସ୍ୟା ଵୁଝିବାରୁ ହେଲେ ପ୍ରଶଂସିତ।
୫-ଭୁବନେଶ୍ୱର:ସାଲିଆସାହି ବସ୍ତି ଉଚ୍ଛେଦ, ଗୋଟିଏ ଘରୁ ମିଳିଲା ପୁଳା ପୁଳା ଆଧାରକାର୍ଡ।
୬-ମାଲକାନଗିରି:ମାଓନେତା ହିଡମା ନିହତ, ପତ୍ନୀ ହେମାଙ୍କ ସମେତ ୬ ମୃତ।
୭-ଭୁବନେଶ୍ୱର:ଆସନ୍ତା ୨୭ରେ ଓଡ଼ିଶା ବିଧାନସଭାରେ ଉଦବୋଧନ ଦେବେ ରାଷ୍ଟ୍ରପତି।
୮-ଭୁବନେଶ୍ୱର : କିଟ୍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ଏମଓୟୁ। ଟାୟାର୍ ଟେକ୍ନୋଲୋଜି ପାଠ୍ୟକ୍ରମ ନେଇ କିଟ୍ ବିଶ୍ବବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର।
୯-ଗଠନ ହେବ ଆଉ ୪ ତହସିଲ,ଭାଗ ହେବ ଭୁବନେଶ୍ୱର,କଟକ ଓ ସମ୍ବଲପୁର।
୧୦-ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଙ୍କୁ ମିଳିଲା ଗିଲବର୍ଟ ୱାକର ପୁରସ୍କାର।
୧୧-କେନ୍ଦୁଝରରେ ୧୨ ଘଣ୍ଟିଆ ବନ୍ଦ ଫଳରେ ଯାତାୟାତ ଠପ୍; ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ବିରୁଦ୍ଧରେ ବନ୍ଦ ଡ଼ାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ।
୧୨-ନୂଆପଡ଼ାରେ ଆଉ ନାହିଁ କୋଳାହଳ; ନିର୍ବାଚନ ସରିବା ପରେ ସଜବାଜ ହେଲେଣି ଦାଦନ।
୧୩-ଖାଲି ହେବାକୁ ଥିବା ୪ ରାଜ୍ୟସଭା ସିଟ୍ରୁ ୨ଟି ବିଜେପିର କ୍ଲିୟର ; ଗୋଟିଏ ବିଜେଡ଼ିକୁ ଯିବ, ଗୋଟିଏ ସିଟ୍ରେ ସଂଖ୍ୟା ଦ୍ୱନ୍ଦ୍ବ।
୧୪-ଜଗତସିଂହପୁର:ବାଂଲାଦେଶୀ ଚିହ୍ନଟ ପାଇଁ ଆକ୍ସନ ମୋଡ୍ରେ ପ୍ରଶାସନ; ପରିଚୟପତ୍ର ଓ ଆଧାର କାର୍ଡର ଚାଲିଛି ଯାଞ୍ଚ।
୧୫-କଟକ ବଡ଼ ଡ଼ାକ୍ତରଖାନା : ଯକୃତ ପ୍ରତିରୋପଣ ୟୁନିଟ୍ ଅଚଳ,ଉଠାଇନେଲେଣି ୫୦% ଯନ୍ତ୍ରପାତି।
୧୬-ନୂଆଦିଲ୍ଲୀ:ଆଜି ୨୦ କୋଟି ଚାଷୀଙ୍କୁ ମିଳିବ ପିଏମ କିଷାନ ୨୧ତମ କିସ୍ତି।
୧୭-ବୃଦ୍ଧ-ବୃଦ୍ଧାଙ୍କ ଅଣଦେଖା କଲେ ସମାଜ-ସଭ୍ୟତାରେ ଆସିଯିବ ଭୂକମ୍ପ, ବଡ ଚେତାବନୀ ଦେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ।
୧୮-ସଂରକ୍ଷଣର ସୀମା ୫୦ ପ୍ରତିଶତ ନ ଟପୁ, ନଚେତ୍ ନିର୍ବାଚନ ବନ୍ଦ କରି ଦେବୁ; ସୁପ୍ରିମକୋର୍ଟଙ୍କ ଚେତାବନୀ।
୧୯-ଏକ୍ସ ଓ ଚାଟ୍ଜିପିଟି ସର୍ଭର ଡାଉନ୍।ବିଶ୍ଵବ୍ୟାପୀ ଅପଲୋଡ୍ ଏବଂ ପୋଷ୍ଟିଂ ହୋଇପାରୁନି।
୨୦-୨୦ରେ ଶପଥ ନେବେ ନୀତୀଶ, ଯୋଗଦେବେ ପ୍ରଧାନମନ୍ତ୍ରୀ, ମୋହନ ମାଝୀ ହେବେ ସାମିଲ।
🙏 *ସୁପ୍ରଭାତ 🙏*
