March 11, 2026

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବ୍ୟବସ୍ଥା ଓ ଅଚଳାବସ୍ଥା,ରୋଗୀସେବା ବ୍ୟାହତ….. 

IMG-20251119-WA0001
Share

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ବ୍ୟାପକ ଅବ୍ୟବସ୍ଥା ଓ ଅଚଳାବସ୍ଥା ପରିଲକ୍ଷିତ ହୋଇଛି l ଡାକ୍ତର ଆସନ୍ତୁ କି ନଆସନ୍ତୁ, ଥାଆନ୍ତୁ କି ନଥାଆନ୍ତୁ, ଦୀର୍ଘ ବର୍ଷ ଧରି ନିତ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ । ଏଠାରେ ଥିବା ଜଣେ ନିଷ୍ଠାପର ଓ କର୍ତ୍ତବ୍ୟରତ ଫାର୍ମାସିଷ୍ଟ ଦାସ ବାବୁ ଯେମିତି ମେଳାପି, ମିଷ୍ଟଭାଷୀ ଓ ସମୟାନୁବର୍ତ୍ତୀ ଫାର୍ମାସିଷ୍ଟ । ଏହି ମେଡିକାଲ ରେ ଯୋଗଦେବା ପରଠାରୁ, ଆଖପାଖ ପାଞ୍ଚ ସାତ ଟି ପଞ୍ଚାୟତ ର ଶହ ଶହ ରୋଗୀ ତାଙ୍କ ଠାରୁ ଆଶୁଚିକିତ୍ସା ଲାଭ କରିଆସୁଥିଲେ l ମାତ୍ର କେତେକ କୁଚକ୍ରୀ ରାଜନୈତିକ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବା ପରେ, ସେ ନିଜର ଆତ୍ମସମ୍ମାନ ଓ ସ୍ୱାଭିମାନ ପାଇଁ, ଘଟଣାଘଟିବା ପର ଠାରୁ ଏଠାରେ ଅନୁପସ୍ଥିତ ରହୁଛନ୍ତି l ତାଙ୍କ ସହିତ ରୋଗୀଙ୍କ ସେବାପାଇଁ ଡ୍ରେସର ଭାବରେ ଉତ୍ତମ ସେବା ଯୋଗାଇ ଆସୁଥିବା ସ୍ୱାସ୍ଥ୍ୟକର୍ମଚାରୀ ଙ୍କୁ ମଧ୍ୟ କୌଣସି କାରଣ ନଥାଇ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି ବୋଲି ଶୁଣିବାକୁ ମିଳୁଛି l ଏହି ଦୁଇ ଜଣଙ୍କ ଅନୁପସ୍ଥିତ ଯୋଗୁଁ ପ୍ରତିଦିନ ଶହଶହ ରୋଗୀ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ନପାଇ ନିରାଶ ହୋଇ ଫେରିଯାଉଛନ୍ତି l ଅତ୍ୟାବଶ୍ୟକୀୟ ଔଷଧ ମଧ୍ୟ ଏଠାରେ ମିଳୁନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷକରି ଫାର୍ମାସିଷ୍ଟ ଦାସବାବୁ ଓ ଡ୍ରେସର ନୃସିଂହ ଙ୍କୁ ମେଡିକାଲ ରେ ନପାଇ, ଅଧିକାଂଶ ରୋଗୀଙ୍କର ହୋସଉଡିଯାଉଛି l ତେଣୁ ରାତି ପାହିଲା ପରେ, ଅପରାହ୍ନ ପର୍ଯ୍ୟନ୍ତ ଯେଉଁ ମେଡିକାଲ କୋଳାହଳ ପୂର୍ଣ୍ଣ ହୋଇ ଉଠୁଥିଲା, ଆଜି ଖାଲି ଖାଁ ଖାଁ ଲାଗୁଚି l ମୋଟାମୋଟି ଭାବରେ ଏଠାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି କହିଲେ ଚଳେ l କିଛିମାସ ପୂର୍ବରୁ ଏଠାରେ ନୂତନ ଭାବେ ଯୋଗଦେଇଥିବା ଡାକ୍ତର ସାମୟିକ ଭାବେ ଆସୁଛନ୍ତି l ଷ୍ଟାପ ମାନଙ୍କୁ ମଧ୍ୟ ଠିକ ସେ ଦେଖୁନାହାନ୍ତି l କିଛିଦିନ ପୂର୍ବରୁ ରାଜନୈତିକ ବଶବର୍ତ୍ତୀ ହୋଇ, ମେଡିକାଲ ପରିସରରେ ଥିବା ଛାୟାପ୍ରଦ ବଡ଼ ବଡ଼ ଗଛ ରାତାରାତି କାଟିଦେବାପରେ, ଏହାର ପ୍ରତିବାଦ ରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା l ଯାହାକି ବିଭିନ୍ନ ଗଣମାଧ୍ୟମ ରେ ଏହି ଖବର ପ୍ରକାଶ ପାଇଥିଲା l ଏ ସବୁ ଅଭାବ ଅସୁବିଧା ଓ ସମସ୍ୟା କୁ ଦୃଷ୍ଟିରେ ରଖି ମଣିଜଙ୍ଗl ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟଚିକିତ୍ସାକେନ୍ଦ୍ର ର ଉଚ୍ଚପଦାଧିକାରୀ ମାନେ ଘଟଣା ର ନିରପେକ୍ଷ ତଦନ୍ତ କରି ଆବଶ୍ୟକୀୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାଧାରଣ ରେ ଦାବୀ ହେଉଛି l