March 9, 2026

ସାଇଲୋ କୃଷି ସମବାୟ ସମିତି ରେ ଅନିୟମିତତା କୁ ନେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଅଭିଯୋଗ । ସମିତି ସମ୍ପାଦକ ଙ୍କ କାଯ୍ୟ କୁ ନେଇ ଉଠିଛି ପ୍ରଶ୍ନ ବାଚୀ….

IMG-20251119-WA0000
Share

 

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜଗତସିଂହପୁର ଜିଲ୍ଲା ଅଧୀନ କୁଜଙ୍ଗ ବ୍ଲକ ତାଳପଡା ଗ୍ରାମ ପଞ୍ଚାୟତ ର ରାହାମା ହାଟ ବଜାର ରେ ଥିବା ” ସାଇଲୋ କୃଷି ସେବା ସମବାୟ ସମିତି ” ରେ ବ୍ୟାପକ ଅନିୟମିତତା କୁ ନେଇ ପରିଚାଳନା ପରିଷଦ ର ସଭ୍ୟ ରବିନାରାୟଣ ସାହୂ ମୁଖ୍ୟ ମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ସମିତି ତାଳପଡା ଓ ସାଇଲୋ ପଂଚାୟତ କୁ ନେଇ ଗଠନ କରାଯାଇଛି । ଏହି ଦୁଇ ପଂଚାୟତ ର କୃଷକ ମାନଙ୍କ ଉର୍ନତି ପାଇଁ ଏହି ସମିତି କାଯ୍ୟ କରିବା କଥା । କିନ୍ତୁ ବାସ୍ତବ କ୍ଷେତ୍ର ରେ ସମିତି ର ସମ୍ପାଦକ ନିଜ ବ୍ୟକ୍ତି ଗତ ସ୍ୱାର୍ଥ ପାଇଁ କାଯ୍ୟ କରୁଥିବା ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି ୨୦୨୫ ମସିହା ଖରିପ ଧାନ ସଂଗ୍ରହ ପାଇଁ କୃଷକମାନେ ସମିତି ରେ ନାମ ପଞ୍ଜିକରଣ କରି ଥିଲେ ମଧ୍ୟ ମଣ୍ଡି ରେ ଧାନ ଦେଇ ପାରି ନ ଥିଲେ । କୃଷକ ମାନେ ସମିତି ର ସମ୍ପାଦକ ଙ୍କୁ ଅଭିଯୋଗ କରିବାରୁ । ସମ୍ପାଦକ,ରାଇସ ମିଲ୍ଲ ରେ ସିଧା ଧାନ ଦେବାକୁ କହିଥିଲେ । କୃଷକ ମାନଙ୍କୁ ଏପରି କହିବା ପାଇଁ ସମ୍ପାଦକ ଙ୍କୁ ଅଧିକାର ଦେଲା କିଏ…..? ସମ୍ପାଦକ ଙ୍କ ଏଜେଣ୍ଟ ସାଜି ଥିବା କ୍ରୟ କମିଟିର ଜଣେ ସଭ୍ୟ ପ୍ରତେକ କୃଷକ ମାନଙ୍କ ଠାରୁ ୨୦୦୦ ଟଙ୍କା ନେଇ ସିଧା ରାଇସି ମିଲ ରେ ଧାନ ଦେଉଥିଲେ । କଣ ପାଇଁ ଚାଷୀ ଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ।କୃଷକ ମାନେ ସମ୍ପାଦକ ଙ୍କୁ ପଚାରି ବାରୁ ସମ୍ପାଦକ ମିଲରେ ସିଧା ଧାନ ଦେବାପାଇଁ କିଛି ଅର୍ଥ ଉପରିସ୍ଥ ଅଧିକାରୀ ଙ୍କୁ ହାତ ଗୁଂଜା ଦେବାକୁ ପଡୁଛି ସେଥିପାଇଁ କୃଷକ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ।ଆଦାୟ ଅର୍ଥ ରେ ସମ୍ପାଦକ ଓ ଅନ୍ୟ କେତେଜଣ ସଭ୍ୟ ଭୋଜି ଭାତ କରିଥିବା କୃଷକ ମନେ ଅଭିଯୋଗ କରିଛନ୍ତି ।ଏପରିକି ସରକାର କୁଇଣ୍ଟାଲ ପିଛା ତିନିଟଙ୍କା ମଣ୍ଡି ଖର୍ଚ୍ଚ ଦେଉଥିବା ବେଳେ ସମ୍ପାଦକ ମଣ୍ଡି ରେ ଥିବା କୃଷକ ମାନଙ୍କ ପାଇଁ ଖର୍ଚ୍ଚ ନ କରି ନିଜେ ଉକ୍ତ ଅର୍ଥ କୁ ଆତ୍ମ ସାତ କରିଥିବା କୃଷକ ମାନେ ଅଭିଯୋଗ କରିଛନ୍ତି । କୃଷକ ମାନଙ୍କୁ ଅଖା ପାଇଁ ପାଞ୍ଚ ଟଙ୍କା ସରକାରଙ୍କ ଠାରୁ ମିଳୁ ଥିବା ବେଳେ କୃଷକ ମାନ ଙ୍କୁ ଉକ୍ତ ଅର୍ଥ କୁ ନଦେଇ ସମ୍ପାଦକ ନିଜେ ପକେଟରେ ପୁରାଉ ଥିବା ଅଭିଯୋଗ ହେଉଛି । ଏପରିକି ବିଗତ ଦୁଇ ବର୍ଷ ହେବ ସମିତି ର ସାଧାରଣ ସଭା କରାଯାଇନାହିଁ କି ଚାରି ବର୍ଷ ହେବ ସମିତିର ଆୟ ଵ୍ୟୟ ର ହିସାବ ହୋଇ ନାହିଁ । ଏଠାରେ ସମ୍ପାଦକ ନିଜେ ବାହାରୁ ଧାନସଂଗ୍ରହ କରି ରାଇସି ମିଲ କୁ ଉକ୍ତ ଧାନ ଦେଉ ଛନ୍ତି । ଯେଉଁ ଚାଷୀ ମାନଙ୍କ ଠାରୁ ଧାନ ଆଣିଛନ୍ତି ସେମାନ ଙ୍କୁ ସେମାନ ଙ୍କ ପ୍ରାପ୍ୟ ଅର୍ଥ ସମ୍ପାଦକ ଦେଉନାହାନ୍ତି । ଏକ ଗୁରୁତ୍ୱ ପୂର୍ଣ୍ଣ ଘଟଣା ହେଲା ସମ୍ପାଦକ ମହାଶୟ କିଛି ଦିନ ପାଇଁ ନପଙ୍ଗ ସମବାୟ ସମିତି ର ସମ୍ପାଦକ ଭାବେ କାଯ୍ୟ କରୁ ଥିଲେ ସେଠାରେ ମଧ୍ୟ କୃଷକ ମାନ ଙ୍କୁ ଶୋଷଣ କରିବାକୁ ଲାଗିଲେ । ସେଥିପାଇଁ ସେଠାକାର କୃଷକ ମାନେ ଏହାର ପ୍ରତିବାଦ କରିବାରୁ ସେଠାରୁ ସମ୍ପାଦକ ମହାଶୟ ତଡା ଖାଇଲେ ।ସାଇଲୋ କୃଷି ସେବା ସମବାୟ ସମିତିରେ ବିନା ନୋଟିସିରେ ଉକ୍ତ ଯୁବତୀ ଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଏହା କିଭଳି ସମ୍ଭବ ସମିତି ର ସାଧାରଣ ସଭାରେ ପାରି ତ ନହୋଇ କିଭଳି ଉକ୍ତ ଯୁବତୀଙ୍କୁ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେଲେ ।ଉକ୍ତ ଯୁବତୀ ଙ୍କ ସହିତ ସମ୍ପାଦକ ମହାଶୟ ଙ୍କ କି ସମ୍ପର୍କ ତାହା ତଦନ୍ତ ସାପେକ୍ଷ । ତାଳପଡା ଓ ସାଇଲୋ ପଂଚାୟତ ରେ କଣ ଉପଯୁକ୍ତ ପାର୍ଥି ମିଳିଲେ ନାହିଁ ଶେଷରେ ପଣ୍ଡୁଆ ପଂଚାୟତ ର ପ୍ରାଥୀନି ଙ୍କୁ ସମ୍ପାଦକ ନିଯୁକ୍ତି ପ୍ରଦାନ କଲେ ଉକ୍ତ ଯୁବତୀ ମାସକୁ କେତେ ଦରମା ପାଉଛନ୍ତି । ସେହି ଅର୍ଥ ସାଇଲୋ ସମବାୟ ସମିତି ଦେଉଛି ନା ସମ୍ପାଦକ ନିଜ ପକେଟରୁ ଦେଉ ଛନ୍ତି ଏ ସମ୍ପର୍କ ରେ ସମ୍ପାଦକ ଓ ସମିତିର ସଭାପତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ନହେବାରୁ ତାଙ୍କ ମତାମତ ମିଳି ପାରି ନାହିଁ ଏହିସବୁ ଦୁର୍ନୀତି ସମ୍ପାଦକ କରିଛନ୍ତି ନା ସଭାପତି ଙ୍କ ସହମତିରେ ଏହା କରାଯାଇଛି । କଥାରେ ଅଛି ରାଧେ ରାଧେ ତୋର ଅଧେ କୁ ମୋର ଅଧେ । ଏହି ସବୁ ଅଭିଯୋଗ ଙ୍କୁ ନେଇ କୃଷକ ମାନେ ଓଡିଶା ର ମୁଖ୍ୟ ମନ୍ତ୍ରୀ,ସମବାୟ ମନ୍ତ୍ରୀ ଏ.ଆର ଭୁବନେଶ୍ୱର, ଜିଲ୍ଲାପାଳ ଜଗତସିଂହପୁର,ବ୍ରାଞ୍ଚ ମ୍ୟାନେଜର କଟକ ଡି.ଆର.ଜଗତସିଂହପୁର, କୁଜଙ୍ଗ ବି.ଡି.ଓ଼.,ବ୍ୟାଙ୍କ ମ୍ୟାନେଜର କୁଜଙ୍ଗ ଙ୍କ ନିକଟ ରେ ସମବାୟ ସମିତି ପରିଚାଳନା କମିଟି ସଭ୍ୟ ଜ୍ୟୋତି ରଞ୍ଜନ ସାହୂ ଶରତ ଦାସ, ପ୍ରମୋଦ ସାହୂ,ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁର୍ଣ ଚନ୍ଦ୍ର ସାହୂ ଓ଼ ଅନ୍ୟ କୃଷକ ମାନେ ଅଭିଯୋଗ କରି ଛନ୍ତି । ଦେଖି ଵାକୁ ବାକି ରହିଲା ଅଧିକାରୀମାନେ କିପ୍ରକାର ପଦକ୍ଷେପ ନେଉଛନ୍ତି ।