ଗୋଲିଆରେ ଏକ ଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ
ବୁଗୁଡ଼ା : ତା୧୯/୧୧/୨୪ : ଆସିକା ଦିବ୍ଯଜଲ୍ଲା ଅନ୍ତର୍ଗତ ଦିବ୍ଯଜୀବନ ସଂଘ ଗୋଲିଆ ଶାଖା ପକ୍ଷରୁ ଏକ ଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୋଲିଆ ଗ୍ରାମର ଲଙ୍ଗଳେଶ୍ୱର ମନ୍ଦିର ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀସ୍ବାମୀ ରାମଦାସାନନ୍ଦ ସରସ୍ବତୀ, ଶ୍ରୀସ୍ବାମୀ ହରିଶରଣାନନ୍ଦ ସରସ୍ବତୀ , ଶ୍ରୀସ୍ବାମୀ ବିଦ୍ଯାନନ୍ଦ ସରସ୍ବତୀ , ଶ୍ରୀସ୍ବାମୀ ଉମାନନ୍ଦ ସରସ୍ବତୀ , ଶ୍ରୀସ୍ବାମୀ ଗୋବିନ୍ଦାନନ୍ଦ ସରସ୍ବତୀ, ଶ୍ରୀ ଗୋବିନ୍ଦ (ବାନପ୍ରସ୍ଥ) ପ୍ରମୁଖ ସାଧୁସନ୍ଥ ଯୋଗ ଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ପ୍ରଣବ ମନ୍ତ୍ର, ଜୟ ଗଣେଶ କୀର୍ତ୍ତନ, ପ୍ରାତଃସ୍ମରଣ ସ୍ତୋତ୍ର, ଜପ, ଶ୍ରୀଗୁରୁ ସ୍ତୋତ୍ର, ଶନିଶ୍ଚର ସ୍ତୋତ୍ର, ଗୀତାପାଠ ସ୍ବାଧ୍ଯାୟ , ଆସନ ଓ ପ୍ରାଣାୟମ , ଧ୍ଯାନ , ଶ୍ରୀଗୁରୁ ପାଦୁକା ପୂଜନ , ନଗର କୀର୍ତ୍ତନ, ଜଗଯୋଗ ଓ ଭଜନ କୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ ଓଡିଶା ଦିବ୍ଯ ଜୀବନ ସଂଘ ସମନ୍ବୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ରଥ, କୁଞ୍ଜ ବିହାରୀ ପାଢୀ , ପ୍ରକାଶ ଚନ୍ଦ୍ର ପ୍ରଧାନ , ଲଳିତ ମୋହନ ପଟ୍ଟନାୟକ , ଲକ୍ଷ୍ମୀ ନାରାୟଣ ନାୟକ , ପ୍ରଫୁଲ୍ଲ ଚନ୍ଦ୍ର ପାଢୀ , ଶିବାନନ୍ଦ ଆଚାରୀ ଓ ଭଗବାନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ବାମୀ ଶିବାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଏବଂ ବିଂଶ ଆଧ୍ଯାତ୍ମିକ ଉପଦେଶର ମହତ୍ବ ସମ୍ପର୍କେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୋଲିଆ ଦିବ୍ଯ ଜୀବନ ଶାଖା ସଭାପତି କେ.ଗଙ୍ଗାଧର ଦୋରା , ସମ୍ପାଦକ ଏ. ଭାରତ ପୃଷ୍ଟି , କୋଷାଧକ୍ଷ ଉ.ଚନ୍ଦ୍ରହାସ ଦୋରା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟଗଣ ଏଥିରେ ସକ୍ରିୟ ସହଯୋଗ କରିଥିଲେ।