June 21, 2026

ହାତୀ ମାନଙ୍କ ଉପଦ୍ରଵ ରେ ଚାଷୀ ଅତିଷ୍ଠ 

IMG-20241119-WA0029
Share

 

 

 

କାଶୀନଗର ବ୍ଲକ ମଧ୍ୟରେ ଥିବା ରାଜପୁର,ଜୀବନ ଦାସ ଗୁଡା ଅଞ୍ଚଳ ରେ ଚାରି ଟିକିଆ ହାତୀ ପୋଲ ଏବେ ଶିଆଳି ପଞ୍ଚାୟତ ଅଧୀନରେ ଥିବା ଜେଇ ଗୁଡା ଗ୍ରାମ ରେ ପ୍ରବେଶ କରି ପାହାଡ଼ ତଳିଆ ଜମି ରେ ଅମଳ ହେବାକୁ ଥିବା ଧାନ ଫସଲ ସବୁ ଦଳି ଚକଟି ଛାର ଖାର କରି ଚାଷୀ ମାନଙ୍କ ମୁହଁରୁ ହସ କୁ ଲୁଟି ନେଇଛି. ବର୍ତମାନ ସେହି ଅଞ୍ଚଳ ରେ ଧାନ ଫସଲ କରିଥୁବା ଅନ୍ୟ ଚାଷୀ ମାନେ କାଶୀନଗର ବନ ବିଭାଗ ଅଧିକାରୀ ଙ୍କ ସହ ହାତୀ ପୋଲ ଘଉଡ଼େଇବାରେ ସହଯୋଗ କରୁଛନ୍ତି. କାଶୀନଗର ବନ ଖଣ୍ଡ ଅଧିକାରୀ ସୁଶୀଲ କୁମାର ବେହେରା ଗତ ଦୁଇ ବର୍ଷ ହେଲା ହାତୀ ମାନେ ଠିକ ଧାନ ଫସଲ ଅମଳ ହେବା ସମୟରେ ଆସି ଚାଷୀ ମାନଙ୍କ ଫସଲ ହାନି କରୁଛନ୍ତି ଏବଂ କାଶୀନଗର ବନ ବିଭାଗ ସବୁବେଳେ ହାତୀ ଘଉଡ଼େଇବା ପାଇଁ ଚେଷ୍ଟା କରୁଛି ଏବଂ ଯେଉଁ ଚାଷୀ ର କ୍ଷେତ ରେ ପଶି ହାତୀ ଉପଦ୍ରଵ କରିଛି ସେମାନେ ଜନସେବା କେନ୍ଦ୍ର ରେ ଆବେଦନ କଲେ ସରକାର ଙ୍କ ତରଫରୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ. କହିବାକୁ ଗଲେ ହାତୀ ମାନଙ୍କ ଉପଦ୍ରଵ ରେ ଚାଷୀ ମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି.(ଅନନ୍ତ ଆପଟ )