November 24, 2024

ବେଦାନ୍ତ କର୍ମଚାରୀଙ୍କ ଦ୍ୱାରା ଆଦିବାସୀଙ୍କ ଧର୍ମୀୟ ଭାବନା ଉପରେ କୁଠାରାଘାତ 

Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗାଁ କେନ୍ଦୁବର୍ଡି ଓ ଉପର ପାତଳ ମା l ଏହି ଗ୍ରାମର ଧାର୍ମିକ ଭାବନାର ବା ପୂଜା ଆରାଧନାସ୍ଥଳ ହେଲା ଧରଣୀ ଗୁଡ଼ି,ଯେଉଁଠାରେ ଆଦିବାସୀମାନେ ସେମାନଙ୍କ ଆରାଧ୍ୟ୍ୟ ଦେବତା ଧନ୍ୟବାଦ

ଧାରାଣୀପେନୁକୁ ପୂଜା କରିଥାନ୍ତି l ସେହି ସ୍ଥାନକୁ ସେମାନେ ନିଜର ଜୀବନ ଅପେକ୍ଷା ଭଲ ପାଆନ୍ତି l ଆଜି ସେହି ସ୍ଥାନ ତାର ହରାଇ ବସିଛି l ଏହାର କାରଣ କେବଳ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀର ଅସଭ୍ୟ ସୈତାନ କର୍ମଚାରୀ l ଛାଡ଼ଖାଇ ଭୋଜି କରିବା ନାଁ ରେ କମ୍ପାନୀର ସେଇ ଦୁର୍ବୃତ୍ତ ଗୁଡ଼ାକ ଆଦିବାସୀମାନଙ୍କ ସେଇ ଧରଣୀଗୁଡ଼ିରେ ଉପସ୍ଥିତ ହୋଇଥିଲେ l ଯେଉଁ ଶିଳା ବା ପ୍ରସ୍ତରକୁ ସେହି ଗ୍ରାମର ଆଦିବାସୀମାନେ ନିଜର ଆରାଧ୍ୟ୍ୟ ଦେବତା ରୂପେ ବର୍ଷ ବର୍ଷ ଧରି ପୂଜା କରି ଆସୁଥିଲେ, ତାକୁ ଖୋଳି ଆଣି ତାକୁ ଚୁଲ୍ଲୀ ରୂପେ ବ୍ୟବହାର କରି କାଠ ଜାଳି ସେଠାରେ ରୋଷେଇ କଲେ ଏବଂ ସେଇ ଆରାଧ୍ୟ୍ୟ ସ୍ଥଳୀକୁ ଧ୍ୱସ୍ତ ବିଧ୍ୱସ୍ତ କରି ତାର ସତ୍ତା ଲୋପ କରିଦେଲେ l ଆଉ ସବୁ ଜାଣିଶୁଣି ସୁଚିନ୍ତିତ ଭାବେ ଯେ ଏ କାର୍ଯ୍ୟ କରାଯାଇଛି, ଏଥିରେ ସନ୍ଦେହର ଅବକାଶ ନାହିଁ l କାରଣ ଏହି ସ୍ଥାନଟି ନିୟମଗିରିର ପାଦ ଦେଶରେ ଅବସ୍ଥିତ l ନିୟମଗିରିରୁ ବକ୍ସାଇଟ ଖନନର ଅନୁମତି ଏ ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀକୁ ମିଳିନାହିଁ l ତେଣୁ କମ୍ପାନୀ ନିୟମଗିରି ଜଙ୍ଗଲରୁ ମନଇଚ୍ଛା ଗଛ କାଟି ଚାଲିବା ସହିତ ଆଦିବାସୀମାନଙ୍କ ଉପରେ ମଧ୍ୟ ଅତ୍ୟାଚାର କରି ଚାଲିଛି l

ବର୍ତ୍ତମାନ ଆଦିବାସୀ ମାନଙ୍କର ଧରଣୀ ଦେବତା ଉପରେ ଜୋତା ମାଡ଼ି, ତାହା ସେଠାରୁ ହଟାଇ, ନିଆଁ ଲଗାଇ ତା ଉପରେ ରୋଷେଇ କରି, ସେ ସ୍ଥାନରେ ମଦ ମାଂସ ଖାଇ, ଉଛିଷ୍ଟ ପକାଇ ସେ ସ୍ଥାନକୁ ଅପବିତ୍ର କରି ଯେପରି ଦେବତାକୁ ଅପମାନ କରାଯାଇଛି, ତାହାକୁ ସେଇ ଆଦିବାସୀମାନେ ସହ୍ୟ କରନ୍ତେ ବା କିପରି ? ବେଦାନ୍ତ କମ୍ପାନୀ ଯେ ଏଥିପାଇଁ ଦାୟୀ, ଏ କଥା ସେମାନେ ହୃଦୟଙ୍ଗମ କରି ପ୍ରତିବାଦ କରିଛନ୍ତି l ଜଗନ୍ନାଥପୁର ଠାରୁ କମ୍ପାନୀର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ମଝିରେ ବସି ରାସ୍ତାକୁ ଅବରୋଧ କରିଥିଲେ l ବେଦାନ୍ତ କମ୍ପାନୀର କିଛି କର୍ମଚାରୀ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ଆଦିବାସୀ ମାନଙ୍କ ତରଫରୁ ଲାଞ୍ଜିଗଡ଼ ଥାନାରେ ମଧ୍ୟ ବେଦାନ୍ତ କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରାଯାଇଛି l ସେମାନଙ୍କ ଧାର୍ମିକ ସ୍ଥଳର ଯେପରି ପୁନରୁଦ୍ଧାର ହୋଇ ପୁଣି ଥରେ ପବିତ୍ର ଭାବରେ ସେଇ ସ୍ଥାନରେ ପୁନଃ ସ୍ଥାପିତ ହୋଇପାରିବ, ତାର ବ୍ୟବସ୍ଥା କରା ନ ଯିବା ପର୍ଯ୍ୟନ୍ତ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର