July 6, 2024

ଗଜପତି:- ଆକଂକ୍ଷୀ ବ୍ଲକ ଗୁମ୍ମା ଠାରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସର’ରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ: ୬୦ ଜଣ କାର୍ଯ୍ୟାଦେଶ ପତ୍ର ପାଇ କେନ୍ଦ୍ର ସରକାର’ଙ୍କୁ ଜଣାଇଲେ ଧନ୍ୟବାଦ୍ ।

Share

ଗଜପତି:- ଆକଂକ୍ଷୀ ବ୍ଲକ ଗୁମ୍ମା ଠାରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସର’ରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ: ୬୦ ଜଣ କାର୍ଯ୍ୟାଦେଶ ପତ୍ର ପାଇ କେନ୍ଦ୍ର ସରକାର’ଙ୍କୁ ଜଣାଇଲେ ଧନ୍ୟବାଦ୍ ।

———————————————-

ଗଜପତି ଜିଲ୍ଲା’ର ଆକଂକ୍ଷିି ବ୍ଲକ୍ ଗୁମ୍ମା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ’ର ସଦଭାବନା ଗୃହ ଠାରେ ଗୁମ୍ମା ପଞ୍ଚାୟତ ସମିତି ଓ ଗଜପତି ଜିଲ୍ଲା ଜଳ ଓ ପରିମଳ ମିଶନ’ର ମିଳିତ ଆନୁକୁଲ୍ୟ’ରେ ଗ୍ରାମୀଣ ସ୍ଵଚ୍ଛ ଭାରତ ମିଶନ – ସ୍ବତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ’ରେ ବିଶ୍ଵ ଶୌଚାଳୟ ଦିବସ-୨୦୨୩ ପାଳନ ଅବସର’ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମେତ ଶପଥ ପାଠ ଓ କାର୍ଯ୍ୟାଦେଶ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ’ରେ ପାଇଖାନା ନିର୍ମାଣ ପାଇଁ ୬୦ ଜଣ ହିତାଧିକାରୀ କାର୍ଯ୍ୟାଦେଶ ପାଇ ଏଥିପାଇଁ କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ୍ ସହ କୃତଜ୍ଞତା ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମ’ରେ ଗୁମ୍ମା ବ୍ଲକ ଏବିଡିଓ: ଶ୍ରୀ ବିପ୍ର ଚରଣ ପ୍ରଧାନ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଭୁ ଚରଣ ପୁଜାରୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛତା’ର ବିଭିନ୍ନ ଦିଗ ଉପରେ କହିବା ସହ ବାହ୍ୟ ମଳମୁକ୍ତ ଓ ଅଳିଆ ମୁକ୍ତ ସମାଜ ଗଠନ ଦିଗରେ ସହାୟକ ହୋଇ ସ୍ୱଚ୍ଛତା’ର ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ମହାତ୍ମାଗାନ୍ଧୀ’ଙ୍କ ସ୍ବପ୍ନ’କୁ ସାକାର କରିବା ପାଇଁ ଆହ୍ବାନ କରିଥିଲେ ।

କାର୍ଯ୍ୟକ୍ରମ ଅବସର’ରେ ସ୍ଵଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା’ର ସ୍ୱଚ୍ଛତା ସମ୍ପର୍କିତ ସଚେତନତା ପ୍ରଚାରପତ୍ର ବଣ୍ଟନ କରାଯିବା ସହ ଶପଥ ପାଠ , ପାଇଖାନା ନିର୍ମାଣ ପାଇଁ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ ହିତାଧିକାରୀ ମାନଙ୍କୁ ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଗୁମ୍ମା ବ୍ଲକ ସଂଯୋଜକ ଶ୍ରୀ ଅରବିନ୍ଦ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ ପ୍ରାରମ୍ଭ’ରେ ସମସ୍ତ’ଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ’ରେ ମୁଖ୍ୟତଃ ଅଳିଆ ଆବର୍ଜନା ଏଣେ-ତେଣେ ନ ଫିଙ୍ଗିବା , ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବା , ପରିବେଶ ଚତୁଃପାର୍ଶ୍ଵ ସଫା ସୁତୁରା ରଖିବା , ସର୍ବଦା ପାଇଖାନା ବ୍ୟବହାର କରିବା ଏବଂ ବାହ୍ୟ ମଳତ୍ୟାଗ କୁ ଛି କରିବା ପ୍ରଭୃତି ଉପରେ ଆଲୋଚନା କରାଯାଇ ସଚେତନ କରା ଯାଇଥିଲା ।

ଶୌଚାଳୟ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନଙ୍କ ପକ୍ଷ’ରୁ ଗୁମ୍ମା ବ୍ଲକ’ର ବିଭିନ୍ନ ପଞ୍ଚାୟତ’ର ୩ ଜଣ ଯୋଗ୍ୟ ହିତାଧିକାରୀ ଶ୍ରୀ ମହେଶ୍ୱର ପାଣି , ସଞ୍ଜୁ ମଣ୍ଡଳ , ଶୁଭନିତା ରଇତ ଏବଂ ବ୍ଲକ୍ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବିଭୁ ଚରଣ ପୁଜାରୀ ଏଥିପାଇଁ କେନ୍ଦ୍ର ସରକାର’ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

———————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————–

You may have missed