ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ସାଂସ୍କୃତିକ ଉତ୍ସବରେ ବାଲିପଦର କଲେଜ ପ୍ରଥମ

IMG-20231019-WA0023
Share

ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ସାଂସ୍କୃତିକ ଉତ୍ସବରେ ବାଲିପଦର କଲେଜ ପ୍ରଥମ
————————————–
ବୁଗୁଡା:-ତା-୧୯-୧୦-୨୦୨୩ ରିଖ ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ପ୍ରାଥମିକ ଓ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ଲକ୍ଷ୍ଯ ନେଇ ଆରମ୍ଭ କରାଯାଇ ଥିବା “ସୁରଭି” କାର୍ଯ୍ୟକ୍ରମ କ୍ଳଷ୍ଟର ସ୍ତରରୁ ବ୍ଳକ୍ ସ୍ତରୀୟ ପ୍ରତିି ଯୋଗୀତା ଅନୁଷ୍ଠିତ କରାଯାଇଛି। ଆଜି ବୁଗୁଡା ବୁଦ୍ଧଗିରୀ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇ ଥିବା ଶିଶୁ ମହୋତ୍ସବ ସୁରଭି-୨୦୨୩ ପ୍ରତିଯୋଗିତାରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ ଉତ୍ସବରେ ଭାଗନେଇ ବ୍ଳକ୍ ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ପାଇଁ ମନୋନିତ ହୋଇ ଛନ୍ତି। “ନାରୀ ସଶକ୍ତିକରଣ” ସଂମ୍ପର୍କିତ ଏକ କାର୍ଯ୍ୟକ୍ରମ ପରିବେଷଣ କରି ବିଚାରକ ମାନଙ୍କ ମନଜିଣି ପାରିଛନ୍ତି।ବିଦ୍ୟାଳୟର ଛାତ୍ରୀ ଅଙ୍କିତା ମହାନ୍ତି, ନନ୍ଦିନୀ ପ୍ରଧାନ, ପୂଜା ବିଷୋୟୀ, ଉଷାରାଣୀ ଖାଡଙ୍ଗା,ସନ୍ତୋଷିନୀ ସ୍ବାଇଁ, ସ୍ବାତୀ ରାଣୀ ପାଢ଼ୀ ସମେତ ଛାତ୍ର ଦୀପୁ ରଣା ଓ ପ୍ରୁଥିବୀ ସ୍ବାଇଁ ଏକ ଗ୍ରୁପ୍ ରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରି ପ୍ରଥମ ସ୍ଥାନ ପାଇଛନ୍ତି।
———-*——–