June 27, 2026

ଅଜଣା ମହିଳାଙ୍କୁ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କଲେ ଗ୍ରାମବାସୀ

IMG-20250919-WA0058
Share

 

 

ଅଜଣା ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ l ତେବେ ଆଜି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ଯାତ୍ରୀ ବିଶ୍ରାମଗାର ଠାରେ ସକାଳ ଠାରୁ ଏକ ଅଜଣା ମହିଳା ଯିଏ କି କିଛି କଥା କହିପାରୁନଥିବା ବେଳେ କୌଣସି ଭାଷା ମଧ୍ୟ ବୁଝିପାରୁନଥିଲା ତେବେ ଲବାରସିଂ ଗ୍ରାମର ଲୋକେ ଏହି ଖବର 112 ନମ୍ବରରେ ଫୋନ କରି ଜଣାଇଥିଲେ ତେବେ ଘଟଣାସ୍ଥଳରେ ମୋହନା ପୋଲିସ ଓ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ପହଞ୍ଚି ଯୁବତୀକୁ ଉଦ୍ଧାର କରିଛନ୍ତି l ମହିଳାଙ୍କର ନିଜ ଲୋକ ନଆସିବା ପର୍ଯ୍ୟନ୍ତ ଜାଗୃତି ସୁଧାର ଗୃହକୁ ପଠାଯିବ ବୋଲି ପୋଲିସ କହିଛି l ତେବେ କେହି ଏହି ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଏହି ସ୍ଥାନରେ ଛାଡି ଦେଇଥିବା ନେଇ ଅନୁମାନ କରାଯାଉଛି l ତେବେ ଲବାରସିଂ ଗ୍ରାମବାସୀଙ୍କ ଏହି ଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l