March 12, 2026

ବିପଦ ଜନକ ଅବସ୍ଥାରେ ପାହାଡ଼ ପଦର ରାସ୍ତା ପ୍ରଶାସନର ଦୃଷ୍ଟି ପଡୁ

IMG-20250919-WA0044
Share

 

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରେ ସମସ୍ତ ମୌଳିକ ସୁବିଧା ଆଜି ବି ଅପହଞ୍ଚ ରହିଛି। ବିଶେଷ କରି ଗମନାଗମନ କ୍ଷେତ୍ରରେ ଲାଞ୍ଜିଗଡ଼ ବ୍ଳକର ଅନେକ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ହୋଇଛି ସତ,କିନ୍ତୁ ନିମ୍ନମାନର କାମ ଯୋଗୁଁ କମ୍ ଦିନରେ ରାସ୍ତା ଖରାପ ହୋଇଯାଉଛି।ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟରୁ ପ୍ରାୟ ୩୫ କି.ମି. ଦୂରରେ ଥିବା ପାହାଡ଼ପଦର ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତାରେ ଲାଖବାହିଲି ପଞ୍ଚାୟତର ଘାଟିକୁଣ୍ଡରୁ,ମଦନଗୁଡ଼ା ଏବଂ ପାହାଡ଼ପଦର ପଞ୍ଚାୟତବାସୀ ଙ୍କ ପାଇଁ ଜୀବନ ରେଖା ହୋଇଥିବା ବେଳେ କାଦୁଅ ପଚ ପଚ ଯୋଗୁଁ ଗାଡି ମୋଟର ଫଶି ରହୁଥିବା ବେଳେ ଗମନାଗମନରେ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।

ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ନାନା ଅସୁବିଧା ସୃଷ୍ଟି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।