March 10, 2026

ସ୍ୱଚ୍ଛ ଭାରତ ଅଭିଯାନ ଫେଲ ରାସ୍ତା ପାଲଟିଛି ଶୌଚାଳୟ

IMG-20250919-WA0033
Share

 

ସମ୍ବଲପୁର,୧୯. ୦୯(ରାଜାରାମ ଷଡ଼ଙ୍ଗୀ):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ତାଲପାଲି ରେ ଫେଲ ମାରିଛି ସ୍ଵଛ ଭାରତ ଅଭିଯାନ। ମଳମୁକ୍ତଗାଁ ଘୋଷଣା ହୋଇବି ରାଜରାସ୍ତାରେ ପଡ଼ିରହିଛି ମଳ। ମାଛି ଭଣ ଭଣ ରାସ୍ତା ପାଲଟିଛି ଦୁର୍ଗନ୍ଧ ମୟ। ଫାଟି ପଡୁଛି ନାକ। ମାନେଶ୍ଵର ଠାରୁ କିସିଣ୍ଡା ଯାଇଥିବା ତାଲପାଲି ରାସ୍ତା ୨ କଡ଼ ପାଲଟିଛି ଖୋଲା ଶୌଚାଳୟ। ପୁରୁଷ ଠୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ରାସ୍ତାକୁ ଆଦରି ନେଇଛନ୍ତି ନିଜର ଶୌଚାଳୟ ଭାବରେ। କାହାକୁ ସୁଦ୍ଧା ଲାଜ କି ଭୟ ନାହିଁ ବର୍ଷ ବର୍ଷ ଧରି ଆପଣେଇଛନ୍ତି ରାଜରାସ୍ତାରେ ମଳତ୍ୟାଗ ଭଳି ଅସହାୟ ଜୀବନ।ଗାଁ ପରିମଳ ଧୋବା ତୋଠାରୁ ପରି ଗାଁ ର ପରିବେଶ କହିଲେ ନସରେ।ସତେ ଯେମିତି ଏଠି ହଜି ଯାଇଛି ମଣିଷର ମାନବିକତା।ଏହି ରାସ୍ତା ପାରି ହୋଇ ନେତାଠୁ ଅଧିକାରୀ ଶହ ଶହ ଜନତା ଯିବା ଆସିବା କରୁଥିଲେବି କାହାର ନଜର ପଡିବା ଅବା ଏହାର ପ୍ରତିକାର ବ୍ୟବସ୍ଥା ପ୍ରତି ପଦକ୍ଷେପ କେହି ଗ୍ରହଣ କରିବା ପ୍ରଶାସନର କେବଳ ବିଫଳତାକୁ ଦର୍ଶାଯାଉନି ବରଂ ଏଠି ସ୍ଵଛ ଭାରତ ଅଭିଯାନ ଭୁଷୁଡ଼ି ପଡିଛି ତାହାହିଁ ଦର୍ଶାଉଛି।ବର୍ଷ ବର୍ଷ ଧରିଏହି ରାସ୍ତା ଖୋଲା ଶୌଚାଳୟରେ ପରିଣତ ହୋଇଥିବାରୁ, ମେଘପାଳ, କିସିଣ୍ଡା ଭଳି ଅଞ୍ଚଳରୁ ଶୁଭିଲାଣି ପ୍ରତିବାଦର ସ୍ୱର।

 

 

ସରକାରଙ୍କ ଯୋଜନାନୁସାରେ ପ୍ରତ୍ୟେକ ଘରେ ଶୌଚାଳୟ ପାଇଖାନା ଅଛି।ଏହାପରେ ମଧ୍ୟ ଶହ ଶହ ଲୋକ ଆସି ରାସ୍ତା କଡ଼ରେ ସନ୍ଧ୍ୟା ଓ ସକାଳ ସମୟରେ ମଳ ତ୍ୟାଗ କରୁଛନ୍ତି।ଯାହା କି ସେଇ ବ୍ୟସ୍ତ ବହୁଳ ରାସ୍ତାରେ ଦୁର୍ଗନ୍ଧ ମୟ ପରିବେଶ ବାଟୋଇ ପଥ ଚାରିଙ୍କ ପାଇଁ କାଳ ସାଜିଛି।ସେଇ ରାସ୍ତା ଦେଇ ଯାଉଥିବା କିସିଣ୍ଡା ନାକଟିଦେଉଳ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କି ଗାଁ ଲୋକ ରାସ୍ତା କଡ଼ରେ ମଳ ତ୍ୟାଗ ନ କରନ୍ତୁ ଏବଂ ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇ ତାଲପାଲି ର ଏହି ନକାରାତ୍ମକ ଦିଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ।