March 10, 2026

ଉତ୍କଳ ଆଲୁମିନା ପକ୍ଷରୁ ଜାତୀୟ ପୃଷ୍ଟି ମାସ ପାଳିତ  ୩ଟି ଗାଁରେ ଗର୍ଭବତୀ ମହିଳାଙ୍କୁ ପୃଷ୍ଟି ଜାତୀୟ ଖାଦ୍ୟ କିଟ୍ ବିତରଣ

IMG-20250919-WA0012
Share

 

କାଶୀପୁର, ୧୮/୯: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଜାତୀୟ ପୃଷ୍ଟି ମାସ ପାଳିତ ହୋଇଯାଇଛି। ଏହି ପରିପ୍ରେକଷୀରେ କାଶୀପୁର ବ୍ଲକ ଅନ୍ତର୍ଗତ ନୂଆଗାଁ, ମାଇକଞ୍ଚ ପଞ୍ଚାୟତ ଠାରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ପୋଷକ ଖାଦ୍ୟ କିଟ୍ ବିତରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଦୈନନ୍ଦିନ ଖାଦ୍ୟପେୟରେ ପୋଷକତତ୍ତ୍ଵ ଉପକାରିତା ସଂକ୍ରାନ୍ତରେ ଗାଁ ଲୋକଙ୍କୁ ବୁଝାଇବା ତଥା ସେମାନଙ୍କୁ ପୃଷ୍ଟିଯୁକ୍ତ ଖାଦ୍ୟ ଖାଇବା ନେଇ ସଚେତନତା ସୃଷ୍ଟି କରିବା ସକାଶେ ଏହି କାର୍ଯ୍ୟକ୍ରମ ଉତ୍କଳ ଆଲୁମିନା ଖଣି ସିଏସଆର ପକ୍ଷରୁ ଆୟୋଜନ ହୋଇଛି । କାର୍ଯ୍ୟକ୍ରମରେ ସିଏସଆର କର୍ମକର୍ତ୍ତାମାନେ ଉପସ୍ଥିତ ରହି କିଶୋର, କିଶୋରୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ପୃଷ୍ଟିସାର ଖାଦ୍ୟ ଉପାଦେୟତା ସଂକ୍ରାନ୍ତରେ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରରେ ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ ଯୋଗ ଦେଇ ଖାଦ୍ୟରେ ପୋଷଣତତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇ ଏହାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ପୋଷକ ଖାଦ୍ୟାଭାବରୁ କିଶୋର, ମହିଳା ତଥା ନବଜାତ ଶିଶୁ ମାରାତ୍ମକ, ଯଥା ରକ୍ତହୀନତା ଓ ଅପପୁଷ୍ଟି ରୋଗରେ ଆକ୍ରାନ୍ତ ହେବା ସହ ମାନସିକ ତଥା ଶାରୀରିକ ସ୍ତରରେ କିଭଳି ଅକ୍ଷମ ହୋଇଥାନ୍ତି । ଏବଂ ସଠିକ୍ ପରିମାଣର ପୃଷ୍ଟିସାର ଖାଦ୍ୟ ସୁସ୍ଥ ତଥା ସୁନ୍ଦର ଶରୀର ଗଠନ ପାଇଁ ଆବଶ୍ୟକତା ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖଣି ସିଏସ୍ଆର୍ ମୁଖ୍ୟ ମନୋଜ ଦାଶ, ଲକ୍ଷ୍ମୀଧର ବେହେରା, ସଞ୍ଜୀବ କୁମାର, ଦେବୀ ପ୍ରିୟା, ଆଇସିଡ଼ିଏସ୍ ପର୍ଯୟବେକ୍ଷକ ଜସମନି ହିଆଲ, ମାଇକଞ୍ଚ ସରପଞ୍ଚ ମସ୍ତରାମ୍ ମାଝୀ ଓ ସମିତି ସଭ୍ୟ ହରିଶ୍ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କିଶୋରୀ, ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ମାଁ, କୃଷକ, ପଞ୍ଚାୟତ ସମିତି ସଭ୍ୟ, ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସ୍ଵୟଂ ଶାସିତ ମହିଳାମାନେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପୃଷ୍ଟି ଜାତୀୟ ଖାଦ୍ୟ ପ୍ରଦର୍ଶନୀ ଆୟୋଜିତ ହେବା ସହିତ ପୃଷ୍ଟି ଜାତୀୟ ଖାଦ୍ୟ ପୁଡ଼ିଆ ସ୍ଥାନୀୟ ଅଞ୍ଚଳର ୩ଟି ଗାଁ, ଯଥା ମାଇକଞ୍ଚ, ନୂଆଗାଁ ଓ ଝିରିଗାଁ ଗର୍ଭବତୀ ମହିଳାଙ୍କୁ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପୋଷଣ ସମ୍ବନ୍ଧୀୟ କୁଇଜ୍ କାର୍ଯ୍ୟକ୍ରମ ମଧ୍ୟ ଆହୋଜନ କରାଯାଇଥିଲା। ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।