September 21, 2024

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା , ୩ ଗୁରୁତର 

Share

ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ତମ୍ବିରି ଗାଁ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତରମାନେ ମାଣିତରା ଗ୍ରାମର ପ୍ରକାଶ ରାଉତ, ତମ୍ବିରି ଗ୍ରାମର ଭଣ୍ଡାରି ପ୍ରଧାନ ଓ ବାସୁଦେବ ପ୍ରଧାନ। ଏହି ଦୁର୍ଘଟଣାରେ ତମ୍ବିରି ଗ୍ରାମର ରଘୁନାଥ ପ୍ରଧାନ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗୋଟିଏ ବାଇକରେ ବସି ଭଣ୍ଡାରି, ବାସୁଦେବ ଓ ରଘୁନାଥ ନିଜ ଗାଁ ତାମ୍ବିରିରୁ ଜଗନ୍ନାଥ ପ୍ରସାଦ ଗ୍ରାମକୁ ଯାଉଥିବା ବେଳେ ସାମନା ପଟୁ ମିଣିତରା ଗ୍ରାମର ପରିବା ବ୍ଯବସାୟୀ ପ୍ରକାଶ ବାଇକରେ ଜଗନ୍ନାଥ ପ୍ରସାଦରୁ ଗାଁକୁ ଫେରୁଥିଲେ । ଉଭୟ ବାଇକ୍ ମଧ୍ୟରେ ତାମ୍ବିରି ଗାଁ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇ ବାଇକର ଚାରି ଜଣଯାକ ଆରୋହୀ ଆହତ ହୋଇଥିଲେ ଏବଂ ସେମାନଙ୍କୁ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ପ୍ରତାପଙ୍କ ଡାହାଣ ଗୋଡ, ବାସୁଦେବଙ୍କ ଡାହାଣ ହାତ, ଭଣ୍ଡାରିଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ରଘୁନାଥଙ୍କ ଡାହାଣ ପଟ କାନ୍ଧରେ ଆଘାତ ଲାଗିଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ପ୍ରତାପ, ଭଣ୍ଡାରି ଓ ବାସୁଦେବକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।