September 21, 2024

ବୀରମହାରାଜପୁର ବିଜୁ ଜନତା ଦଳ ପକ୍ଷରୁ ନୁଆଁଖାଇ ଭେଟଘାଟ ଓ ବନ୍ଧୁ ମିଳନ

Share

 

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବଜରଙ୍ଗ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଭେଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଯୁବ ବିଜେଡି ସଭାପତି ତଥା ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ତତ୍ବାବଧାନରେ ରେ ଆୟୋଜିତ ସଭାରେ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂଗଠନ କୁ ମଜବୁତ କରି ପୂର୍ବ ସ୍ଥିତି ବଜାୟ ରଖିବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ବନ୍ଧୁ ମିଳନ ସଭାରେ ବ୍ଲକ ବିଜେଡି ସଭାପତି ଶୟମ୍ଭୁ ନାଥ ଖଣ୍ଡଗିରି,ଜିଲ୍ଲା ବିଜେଡି ଉପ ସଭାପତି କିଶୋର ହୋତା, ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା,ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ,ସଞ୍ଜିବ ଦେହୁରୀ, ଜିଲ୍ଲା ସାଧାରଣ ସମ୍ପାଦକ ଲଳିତ ମୋହନ ପାତ୍ର,ରାଜ୍ୟ ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ସୁଲୋଚନା ହୋତା, ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ବିଜୁ ମହିଳା ବ୍ଲକ ସଭାନେତ୍ରୀ ଶ୍ରୀୟା କର୍ମୀ, ଆତ୍ମା ଅଧ୍ୟକ୍ଷ ବିବସ୍ପତି ପଣ୍ଡା, ଭଗବାନ କର୍ଣ୍ଣ, ପୂର୍ବତନ ଆତ୍ମା ଅଧ୍ୟକ୍ଷ ଆଲୋକ ଦେହୁରୀ, ଆଇନଜୀବୀ ପ୍ରଦୀପ ମିଶ୍ର,ଜତିନ ପାଣିଗ୍ରାହୀ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଶେଷଦେବ ବାରିକ,ସୁରୁ ନାରାୟଣ ମହାକୁର ପ୍ରମୁଖ ଯୋଗଦେଇ ଦଳ କୁ ଅଧିକ କ୍ରିୟାଶୀଳ କରିବାପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା,ପିତାମହୁଲ ସରପଞ୍ଚ ଆକସ୍ମିତା ବଢିଆ,ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ,ସପ୍ନ କର୍ମୀ, ବବିତା ବାଘ, ରିତା ଗାର୍ଡିଆ, ଶୈଳ ରଞ୍ଜନ ବାଦୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ୫ଶହ ରୁ ଉର୍ଦ୍ଧ ବିଜେଡି କର୍ମୀ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଦୁର୍ଗେସ ପଣ୍ଡା, ନାରାୟଣ ମଲ୍ଲିକ, ନିରୋଦ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଚମ୍ପାମାଲ ସରପଞ୍ଚ ଶ୍ରୀ ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ।