April 28, 2026

ଏନ୍ଏସି ସେକ୍ଟର ସ୍ତରୀୟ ପୋଷଣ ମାସ ପାଳନ 

IMG-20240919-WA0034
Share

ବୁଗୁଡା : ତା ୧୯/୦୯/୨୪ : ସ୍ଥାନୀୟ କୃଷ୍ଣଶରଣପୁରସ୍ଥିତ ଅଙ୍ଗନଓ୍ବାଡି କେନ୍ଦ୍ରରେ ବୁଗୁଡା ଏନ୍ଏସି ସେକ୍ଟର ସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ସମେତ ଅଞ୍ଚଳ ପରିଦର୍ଶିକାମାନେ ଯୋଗ ଦେଇ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏ ଅବସରରେ ଗୋଦଭରାଇ କାର୍ଯ୍ୟକ୍ରମ ସାଙ୍ଗକୁ ଦୁଇ ଜଣ ଶିଶୁ ଏବଂ ଜଣେ କିଶୋରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ କାର୍ଯ୍ୟକ୍ରମ ସ୍ଥଳରେ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଏବଂ ହାତ ତିଆରି ଖେଳନାର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ସେକ୍ଟର ଅନ୍ତର୍ଗତ ୧୮ଟି କେନ୍ଦ୍ରର ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ସମେତ କିଶୋରୀମାନେ ଉପସ୍ଥିତ ରହିଥିଲେ।