November 26, 2024

ରାତିରେ ବାଲି ଦଲାଲ ସକ୍ରିୟ ହୋଇ ଗୁଡ଼ାରୀ ଓ ଗୁଣୁପୁର ବଂଶଧାରା ନଦୀ ତଟ ମଧ୍ୟରୁ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ କରି ଆନ୍ଧ୍ର ପ୍ରଦେଶରେ ଉଚ୍ଚା ଦରରେ ବିକ୍ରି କରି ଓଡିଶାର ରାଜସ୍ବକୁ କ୍ଷତି ପହଞ୍ଚାଉ ଛନ୍ତି

Share

କାଶୀନଗର , ରାତିରେ ବାଲି ଦଲାଲ ସକ୍ରିୟ ହୋଇ ଗୁଡ଼ାରୀ ଓ ଗୁଣୁପୁର ବଂଶଧାରା ନଦୀ ତଟ ମଧ୍ୟରୁ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ କରି ଆନ୍ଧ୍ର ପ୍ରଦେଶରେ ଉଚ୍ଚା ଦରରେ ବିକ୍ରି କରି ଓଡିଶାର ରାଜସ୍ବକୁ କ୍ଷତି ପହଞ୍ଚାଉ ଛନ୍ତି. ପ୍ରକାଶ ଥାଉ ଯେ, ଗତ ସପ୍ତାହ ରେ ତିନୋଟି ଟ୍ରକ ବାଲିକୁ କାଶୀନଗର ଥାନା ଅନ୍ତର୍ଗତ ହରିପୁର ଘଟି ନିକଟରେ ଅଟକାଇ ଗଜପତି ଖଣି ଅଧିକାରୀ ଅନୁସଙ୍ଗିକ କାଗଜ ପତ୍ର ଯାଞ୍ଚ ବେଳେ ସବୁ ନକଲି ବୋଲି ଜଣା ପଡିବା ପରେ ତିନୋଟି ଗାଡିକୁ ମାତ୍ରାଧିକ ଫାଇନ ପକାଇ ଚାଲାଣ କାଟିଥିବା ସୂଚନା ହସ୍ତଗତ ହୋଇଥିବା ବେଳେ ଗତ କାଲି ରାତିରେ ମଧ୍ୟ ଦୁଇଟି ହାଇୱା ଓ ତିନୋଟି ଟ୍ରକ ବାଲି ଚାଲାଣ ହେଉଥିବା ବେଳେ କାଶୀନଗର ପୋଲିସ ଯାଞ୍ଚ ବେଳେ ଦୁଇଟି ହାଇୱା ଗାଡିର କାଗଜ ପତ୍ର ଠିକ ଥିବା ବେଳେ ତିନୋଟି ଟ୍ରକର କାଗଜ ପତ୍ର ମେଳ ହେଉ ନ ଥିବାରୁ କାଶୀନଗର ସ୍ଥିତ ଥାନାରେ ଗାଡିଗୁଡିକୁ ଜବତ କରି ରଖାଯାଇଥିବା ଗଜପତି ଖଣି ଅଧିକାରୀ ଦିପେନ ପରିଡା ସୂଚନା ଦେଇଛନ୍ତି.(ରାଧାନାଥ ଚୌଧୁରୀ )

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.