April 29, 2026

ବଉଳ ଗାଁ ଗ୍ରାମ ପଂଚାୟତ ରେ ବିଧାୟକ ଙ୍କୁ ସମର୍ଦ୍ଧନା ଓ ପଂଚାୟତ ର ସମସ୍ତ ଗ୍ରାମକୁ ଖେଳ ସାମଗ୍ରୀ ବଣ୍ଟନ

IMG-20240819-WA0045
Share

ଛତ୍ରପୁର -୧୯/୮/୨୦୨(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ରେ ପୂର୍ବତନ ସରପଞ୍ଚ ଦୁର୍ୟୋଧନ ପରିଡା ଙ୍କ ସଭାପତିତ୍ୱ ରେ ଛତ୍ରପୁର ର ନୂତନ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆଗଲା ଏହି ସଭା ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ରଯୁବ ନେତା ବନଜ ନାହାକ, ଯୁବ ନେତା ବାପି ଦାସ ସରପଞ୍ଚ ପ୍ରତିମା ଦାସ ସମିତି ସଭ୍ୟ ରାମ ଚନ୍ଦ୍ର ପରିଡା ନାଏବ ସରପଞ୍ଚ ଅଶୋକ ମୁଦୁଲି ପୂର୍ବତନ ସମିତି ସଭ୍ୟ ଆଦି କନ୍ଧ ଶତପଥି ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପି ଇ ଓ ପ୍ରଫୁଲ୍ଲ ବେହେରା ଉପସ୍ଥିତ ଥିଲେ ଏବଂ ପଞ୍ଚଯାତ ତରଫରୁ ସମସ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ବିଧାୟକ କୃଷ୍ଣ ଚନ୍ଦ୍ର ନିଜ ବକ୍ତବ୍ୟ ରେ ପଂଚାୟତ ର ଉନତି ପାଇଁ ସମସ୍ତ ଙ୍କ ସହୟୋଗ ର ଆବଶ୍ୟକତା ରହିଛି ଆପଣ ଙ୍କ ର କୌଣସି ଆବଶ୍ୟକତା ପଡିଲେ ମୁ ସାହାଯ୍ୟ କରିବି ଯୁବ ନେତା ବନୋଜ କହିଥିଲେ ଆମର ପଞ୍ଚଯାତ ର ଯୁବକ ମାନଙ୍କ ପାଇଁ ସ୍ଥାନୀୟ ଇଣ୍ଡଷ୍ଟ୍ରି ମାନଙ୍କରେ ନିଯୁକ୍ତି ଦେବା ପାଇଁ ଚେଷ୍ଟା କରିବା ଖେଳ ଖେଳିବା ଦ୍ଵାରା ଶରୀର ସୁସ୍ଥ ରହିବା ଦ୍ଵାରା ଯୁବକ ମାନେ ଭବିଷ୍ୟତ ରେ ଆଗକୁ ଯାଇପାରିବେ ଏଥି ପାଇଁ ସରକାର ଙ୍କ ପ୍ରୟାସ ଚାଲିଛି ଏହି ଅବସରରେ ପଂଚାୟତ ର ପ୍ରତି ଗ୍ରାମ କୁ ଖେଳ ସାମଗ୍ରୀ ଦିଆଗଲା ବଉଳ ଗାଁ, ରୁକୁଣି ଗାଁ, ନନ୍ଦ ପଣ୍ଡା ପଲି, ନିମପଲି, ଭାଗିରଥିପୁର, ଦିବ୍ୟ ସିଂହ ପୁର ଗ୍ରାମର ଯୁବକ ମାନେ ଖେଳ ସାମଗ୍ରୀ ଗ୍ରହଣ କରିଥିଲେ

ଶେଷରେ ପୂର୍ବତନ ସରପଞ୍ଚ ଦୁର୍ୟୋଧନ ପରିଡା ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ରକ୍ଷା ବନ୍ଧନ ଅବସରରେ ଯୋଗ ଦେଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ

You may have missed