ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ବଣ୍ଟନ ମେଳା
(କାର୍ଯ୍ୟାଦେଶ ପାଇଲେ ୨୪ ବ୍ୟକ୍ତିଗତ ହିତାଧିକାରୀ & ଗୋଟିଏ ମହିଳା ସ୍ଵୟଂ ସହୟକ ଗୋଷ୍ଠୀ)
ରାମନାଗୁଡ଼ା ତା ୧୯/୮/୨୦୨୪ ରିଖ-
ଓଡ଼ିଶା ସରକାରଙ୍କର ୧୦୦ ଦିନ ର କାର୍ଯ୍ୟ କୁ ଲକ୍ଷ୍ୟ ରଖି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାୟଗଡ଼ା ଜିଲ୍ଲା, ରାମନାଗୁଡ଼ା ବ୍ଲକ ର ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ କାର୍ଯକାରୀ ହେଉଥିବା ବିଭିନ୍ନ ରିହାତି ଯୋଜନା ଗୁଡ଼ିକର ଲାଭ ପାଇବା ପାଇଁ ଜିଲ୍ଲାରୁ ବ୍ଲକ କୁ ଦିଆଯାଇଥିବା ଟାର୍ଗେଟ ଅନୁଯାୟୀଏହି ବ୍ଲକ ରେ ଥିବା ୧୨ ଗୋଟି ପଞ୍ଚାୟତ ରୁ ବହୁତ ହିତାଧିକାରୀ ଗୋ ସୁଗମ ପୋର୍ଟାଲ ଜରିଆରେ ରେ ଆବେଦନ କରିଥିଲେ ।ରାୟଗଡ଼ା ଜିଲ୍ଲା ପାଳଙ୍କର ଅନୁମତି ପରେ ଡାକ୍ତର ଦେବରାଜ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ବିଭିନ୍ନ ଯୋଜନା ର କାର୍ଯ୍ୟାଦେଶ ଗୁଡ଼ିକ ଗୋ ସୁଗମ ପୋର୍ଟାଲ ରୁ ମୁଦ୍ରଣ କରାଯାଇଥିଲା।ଏହାକୁ ଲକ୍ଷ୍ୟ ରଖି ରାମନାଗୁଡ଼ା ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଏକ କାର୍ଯ୍ୟାଦେଶ ବଣ୍ଟନ ମେଳା ର ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯକ୍ରମ ରେ ଡାକ୍ତର ଆଲୋକ କୁମାର ଆଚାର୍ଯ୍ୟ,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ,ଗୁଣୁପୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସର୍ବ ପ୍ରଥମେ ଡାକ୍ତର କୃଷ୍ନାନନ୍ଦ ବେହେରା ,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ରାମନଗୁଡl ସମସ୍ତଙ୍କୁ ସ୍ବାଗତ କରିବା ସହିତ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରେ କାର୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଏହାପରେ ମୁଖ୍ୟ ଅତିଥି ୧୫ ଜଣ ଯୋଗ୍ୟ ହିତଧିକାରୀ ଙ୍କୁ ୫୦୦ କ୍ଷମତା ବିଶିଷ୍ଟ ମାଂସାଳ କୁକୁଡ଼ା ପାଳନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଗୁକୁମୁଣ୍ଡl ପଞ୍ଚାୟତ ରୁ ବିକ୍ରମ ଶବର ଓ ଗଙ୍ଗା ଗରଡିଆ,ବୁତିଂପଞ୍ଚାୟତ ରୁ କାଲକା ଧାର୍ମାରlଓ, ନିଲାମଗୁଡ଼ା ପଞ୍ଚାୟତ ରୁ ଦୀପ୍ତି ଗୌଡ଼ ଓ ଜାଜ୍ଞସେନି ଗୌଡ଼, କୁଜେଦ୍ରି ପଞ୍ଚାୟତ ରୁ ସିଦ୍ଧାର୍ଥ ଗମାଙ୍ଗ,ଉକୁମ୍ୱା ପଞ୍ଚାୟତ ରୁ ଋଷି ଶବର ଓ ନାଇଗ୍ଲାମ ଗମାଙ୍ଗ ,ପେନ୍ କାମ ପଞ୍ଚାୟତ ରୁ ଅଜୟ ଶବର, ଗୋସେଇ ଗୁଳୁମୁଣ୍ଡା ପଞ୍ଚାୟତ ରୁ କଲ୍ୟାଣୀ ସେନାପତି,ଗୋଗୁପାଡୁ ପଞ୍ଚାୟତ ରୁ ମାଣ୍ଡାଙ୍ଗି ଗଙ୍ଗାଧର, ଗୁଲୁଁଥି ପଞ୍ଚାୟତ ରୁ ରାଜେଶ ମାଣ୍ଡାଙ୍ଗୀ ,ଭାମିନି ପଞ୍ଚାୟତ ରୁ ଅନ୍ନପୂର୍ଣ୍ଣା ଗମାଙ୍ଗ,ସୁନ୍ଧିଧାମୁଣୀ ପଞ୍ଚାୟତ ରୁ ପୁନିଆ ବିଡିକା ଓ ପାରିଖିତୀ ପଞ୍ଚାୟତ ରୁ ରଘୁନାଥ କଣ୍ଡାଗରି କାର୍ଯ୍ୟାଦେଶ ପାଇଥିଲେ ।ତାପରେ ମୁରାହା ମହିଂଶି(୧+୧) ଫାର୍ମ କରିବା ପାଇଁ ୨ ଜଣ ଯୋଗ୍ୟ ହିତାଧିକାରୀ(ଜ୍ୟୋତ୍ସ୍ନା ଗୌଡ଼,ଲିମାପଦର ଓ ପଦ୍ମିନୀ ଗୌଡ଼ ,ଉକୁମ୍ବା) ଏବଂ ୧୦୦୦ କ୍ଷମତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ ନିମନ୍ତେ ୨ ଜଣ ଯୋଗ୍ୟ ହିତାଧିକାରୀ (ସଶ୍ରଂlଶୁ ପାଢ଼ୀ, ଗୁଲୁମୁଁଡ଼ା ଓ ଉମାରlଣି ମହାପାତ୍ର,ଚାକୁଣ୍ଡା) ମୁଖ୍ୟ ଅତିଥି ଙ୍କ ଠାରୁ କାର୍ଯ୍ୟାଦେଶ ଗ୍ରହଣ କରିଥିଲେ।ଏଥି ସହିତ କୁକୁଡ଼ା ଖାଦ୍ୟ ତିଆରି କାରଖାନା ତିଆରି କରିବା ପାଇଁ ୨ ଜଣ ଯୋଗ୍ୟ ହିତାଧିକାରୀ (ସୁମିତ୍ରା ପଣ୍ଡା, ଗୁଲୁମୁଣ୍ଡା ଓ ସୌଦାମିନୀ ବେହେରା,ରାମନଗୁଡ଼ା) ଏବଂ ୧୦୦୦ କ୍ଷମତା ବିଶିଷ୍ଟ ଅର୍ଦ୍ଧ ବ୍ୟବସାୟିକ ବତକ ଫାର୍ମ କରିବା ପାଇଁ ଜଗଦୀଶ ଗୌଡ଼, ଅମଡିଙ୍ଗି ଓ ଘୁଷୁରୀ (୧୦+୧) ଫାର୍ମ କରିବା ପାଇଁ ସଂଜିତ୍ କେଶରୀ ପାଲକା,ପାରିଖିତି କାର୍ଯ୍ୟାଦେଶ ପାଇଥିଲେ । ତତ୍ ସହିତ ସୌଦାମିନୀ ବେହେରା ଙ୍କୁ କୁକୁଡ଼ା ଚିଆଁ ପାଳନ କେନ୍ଦ୍ର କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଶେଷରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୦୦୦ କ୍ଷମତା ବିଶିଷ୍ଟ ମାଂସାଳ କୁକୁଡ଼ା ପାଳନ କରିବା ପାଇଁ ଗଜଲକ୍ଷ୍ମୀ ସ୍ଵଂୟ ସହାୟକ ଗୋଷ୍ଠୀ, ଟାସ୍କି ର ମା ମାନେ ମୁଖ୍ୟ ଅତିଥି ଙ୍କ ଠାରୁ କାର୍ଯ୍ୟାଦେଶ ଗ୍ରହଣ କରିଥିଲେ।ଉକ୍ତ କାର୍ଯକ୍ରମ ରେ ଯୋଗଦାନ କରିଥିବା ସମସ୍ତ ହିତାଧିକାରୀ ଓ ଅତିଥି ମାନଙ୍କୁ ଡାକ୍ତର ପାର୍ଥସାରଥୀ ସ୍ୱାଇଁ,ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ,ରାମନଗୁଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ ସଞ୍ଜିବ୍ କୁମାର ଦାଶ