April 24, 2026

ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ..

IMG-20250719-WA0013
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୋରୁଆଳ ଗ୍ରାମପଞ୍ଚାୟତ ର ନୂଆପାଟଣା ଗ୍ରାମରେ ଭାସ୍କର୍ଯ୍ୟକଳା ଶିଳ୍ପୀ ଦୁର୍ଗାମାଧବ କରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ” ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ l ଏହି ମହାବିଦ୍ୟାଳୟ ଟି ବି ଭି ଏ ନାମରେ ପରିଚିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅଟେ l ଏହି ମହାବିଦ୍ୟାଳୟ ରେ ପ୍ରତିଟି ବିଭାଗରେ ସରକାର ପ୍ରତିଟି ବିଭାଗ ରେ ୩୦ଟି ଲେଖାଏଁ ସିଟ ପ୍ରଦାନ କରିଛନ୍ତି ସରକାର l ବର୍ତମାନ ଏହି ମହାବିଦ୍ୟାଳୟ ରେ ୧୨୦ ଜଣ ଛାତ୍ରଛାତ୍ରୀ ଚିତ୍ରକଳା ର ଶିକ୍ଷା ଗ୍ରହଣ କରୁଛନ୍ତି l ଏହି ମହାବିଦ୍ୟାଳୟ ରେ ପେଣ୍ଟିଙ୍ଗ, ଇଣ୍ଡିଆନ ପେଣ୍ଟିଙ୍ଗ, ଆପଲାଇଡ ଆର୍ଟ, ପ୍ରିଣ୍ଟ ମେକିଙ୍ଗ କ୍ରାଫଟ, ଭାସ୍କର୍ଯ୍ୟ କଳା ଓ କଳା ଇତିହାସ ବିଭାଗ ମାନ ରହିଥିବାବେଳେ ଏଠାରେ ପିଲାମାନଙ୍କ ଚାରିତ୍ରିକ ଗଠନ ସହିତ ବୈଷୟିକ ଶିକ୍ଷା ପ୍ରଦାନ କରାଯାଇଥାଏ l ଏହି ମହାବିଦ୍ୟାଳୟରେ ଦିଲ୍ଲୀ, କଲିକତା, ନେପାଳ, ମୁମ୍ବାଇ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀମାନେ ଚିତ୍ରକଳା ଶିକ୍ଷା ନେଉଥିବାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ମହାବିଦ୍ୟାଳୟ ର ଅଧକ୍ଷ ଦୁର୍ଗାମାଧବ କର l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ