October 5, 2024
Share

 

୧-ସରିଲା ରଥଯାତ୍ରାର ଅଧର ପଣା ନୀତି, ଆଜି ମହାପ୍ରଭୁ ରତ୍ନସିଂହାସନକୁ ବାହୁଡିବେ।

 

୨-ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ଓ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର । ୪ଟି ଆଲମୀରା ଓ ୩ଟି ସିନ୍ଦୁକରେ ଥିଲା ସୁନା, ରୂପା ଓ ଦୁର୍ଲଭ ଅଳଙ୍କାର।

 

୩-ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଅଶାନ୍ତ ରହିବ ସମୁଦ୍ର।

 

୪-ସମ୍ବଲପୁରରେ ୨୮୮.୬୧ କୋଟି ଟଙ୍କାର ଫ୍ଲାଏ ଓଭର ପ୍ରକଳ୍ପକୁ ମଞ୍ଜୁରି ଦେଲା ରେଳବାଇ।

 

୫-ଗୋଣ୍ଡାରେ ଦିବୃଗଡ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣା, ୪ ଜଣଙ୍କ ମୃତ୍ୟୁ ସୂଚନା, ହେଲ୍ପଲାଇନ ନମ୍ବର ଜାରି।

 

୬-ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବେ କିଟ୍‌ର ୧୨ ଛାତ୍ରଛାତ୍ରୀ, ୭ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଅଚ୍ୟୁତ ସାମନ୍ତ।

 

୭-ସିଏମ୍‌ଓରୁ ହଟିଲେ ଆଇଏଏସ୍‌ ରୁପାରୋଶନ ସାହୁ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିଲେ।

 

୮-ଆକ୍ସନ ମୁଡ଼ରେ ବାଙ୍ଗିରିପୋଷି ବିଧାୟିକା, ବିଭିନ୍ନ ସ୍କୁଲ ପରିଦର୍ଶନ ଶହ ଅଭିଭାବକ ସଭାରେ ଯୋଗ ଦେଲେ।

 

୯-ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ରାଜା ସାକେରଙ୍କ ବିରୁଦ୍ଧରେ ଥାନାରେ ହେଲା ଏତଲା।

 

୧୦-କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।

 

୧୧-ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରି, ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମ ଲେଖା।

 

୧୨-ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍‌ ମନା।

 

୧୩-କଟକ:ଗୋଟିଏ ଦିନରେ ୭ଟି ନିର୍ବାଚନୀ ମାମଲା ଦାୟର, ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କଲେ ପରାଜିତ ପ୍ରାର୍ଥୀ।

 

୧୪-ଭୁବନେଶ୍ୱର:ସାରା ଦେଶରେ ଲୁଟୁଥିଲେ,ସ୍ପେଶାଲ ସ୍କ୍ୱାର୍ଡ ଧରିଲା ୪ ତାମିଲ ଲୁଟିଆ।

 

୧୫-ଭିମସାରରେ ଉଦଘାଟିତ ହେଲା ଭିନ୍ନକ୍ଷମ ସହାୟତା କେନ୍ଦ୍ର।

 

୧୬-ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଡେଲ ସ୍କୁଲରେ ପରିଣତ କରାଯିବ, ସ୍କୁଲର ସବୁ ସମସ୍ୟା ଦୂର କରାଯିବ।

 

୧୭-ଆନନ୍ଦପୁର:ବାଇକ୍‌କୁ ଧକ୍କା ଦେଲା କାର୍, ସ୍ବାମୀ-ସ୍ତ୍ରୀଙ୍କ ସହ ୪ ବର୍ଷର ଶିଶୁ ପୁତ୍ର ଗୁରୁତର।

 

୧୮-ନିଳଗିରି:ବିଷାକ୍ତ ଛତୁ ଖାଇ ଦେଢ଼ ବର୍ଷର ଶିଶୁ କନ୍ୟା ସମେତ ୪ ଗୁରୁତର, ସମସ୍ତେ ଗୋଟିଏ ପରିବାରର

 

୧୯-NEET-UGକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଶନିବାର ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ।

 

୨୦-ଗାଡ଼ିରେ ଫାଷ୍ଟଟ୍ୟାଗ୍ ଲାଗିନଥିଲେ ଦୁଇଗୁଣା ଟୋଲ୍ ଆଦାୟ କରିବ ଜାତୀୟ ରାଜପଥ କର୍ତ୍ତୃପକ୍ଷ।

 

୨୧-ଶ୍ରୀଲଙ୍କା ବିପକ୍ଷରେ ଘୋଷଣା ହେଲା ଭାରତୀୟ ଦଳ: ଟି-୨୦ରେ ସୂର୍ଯ୍ୟ କୁମାରଙ୍କୁ ଅଧିନାୟକ ଦାୟିତ୍ୱ।

 

୨୨-ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟରେ ମୁସ୍ଲିମ ବିବାହ ଓ ଛାଡପତ୍ର ଆଇନ ରଦ୍ଦ।

 

୨୩-ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ହଟାଇବା ଦାବିରେ ବାଂଲାଦେଶରେ ତୀବ୍ର ହେବାରେ ଲାଗିଛି ଛାତ୍ର ଆନ୍ଦୋଳନ ।

 

*🙏 ସୁପ୍ରଭାତ 🙏*