ପ୍ରେସ ନୋଟ୍….. ୪୨ ମୌଜାରେ ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜନ୍ମ ଜୟନ୍ତୀ ।
ପ୍ରେସ ନୋଟ୍…..
୪୨ ମୌଜାରେ ସ୍ୱାଧୀନତା ସଂଗ୍ରାମୀ ଚକ୍ରଧର ବେହେରାଙ୍କ ଜନ୍ମ ଜୟନ୍ତୀ ।
ଭୁବନେଶ୍ବର ୧୯।୭ (ସମୀର ରଂଜନ ନାୟକ) : ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ଚକ୍ରଧର ବେହେରା ଲବଣ ସତ୍ୟାଗ୍ରହରେ ଯୋଗ ଦେଇ କାରାବରଣ କରିଥିଲେ । ସେ ଥିଲେ କନିକା ପ୍ରଜା ଆନ୍ଦୋଳନର ସେନାପତି । ସ୍ୱାଧୀନତା ସଂଗ୍ରାମୀ,ଆଜୀବନ ତ୍ୟାଗୀ,ସାହସୀ ଓ ଜନସେବକ ଥିଲେ । ତାଙ୍କର କଳାକୃତିକୁ ସ୍ମରଣ କରି ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ତରଫରୁ ପୂଜ୍ୟପୂଜା ଭବନରେ ବରିଷ୍ଟ କାର୍ଯ୍ୟକର୍ତା ବ୍ୟାଙ୍କ ଅଧିକାରୀ ରାକେଶ କୁମାର ଜେନା ସଭାପତିତ୍ବ କରିଥିଲେ । ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ଉପଦେଷ୍ଟା ଧୀରେନ୍ଦ୍ର କୁମାର ଦେବତା,କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ,ସବିତା ରାଣୀ ଦାସ,ବିଶ୍ଵ ରଞ୍ଜନ ଦେବତା,ଦୀପକ ଆଚାର୍ଯ୍ୟ,ଅଶ୍ଵିନୀ ଦାସ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଶେଷରେ ସ୍ଵୟଂ ଶ୍ରୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।