ଚତୁର୍ଥ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ୫-ଟି ରୂପାନ୍ତିକରଣ ୫ଟି ସଚିବ ଭି କେ ପଣ୍ଡିଆନ ଙ୍କ ସୂଚନା
ଚତୁର୍ଥ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ୫-ଟି ରୂପାନ୍ତିକରଣ ୫ଟି ସଚିବ ଭି କେ ପଣ୍ଡିଆନ ଙ୍କ ସୂଚନ
ପାରଳାଖେମୁଣ୍ଡି:୧୯/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରଣ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଉକ୍ତ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଛି।ଏନେଇ ୫-ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଆଭାସି ମାଧ୍ୟମରେ ଅବଗତ କରାଇଛନ୍ତି। ତେବେ ସ୍ମାର୍ଟ ବିଦ୍ୟାଳୟ ପାଇଁ ସାମୂହିକ ଉଦ୍ୟମ ଏବଂ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ। ଏଥିପାଇଁ ୩ଟି ପର୍ଯ୍ୟାୟରେ ବିଦ୍ୟାଳୟ ରୂପାନ୍ତରଣର ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବାକୁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି।
ଚତୁର୍ଥ ପର୍ଯ୍ୟାୟରେ ମୋହନା ବ୍ଲକର ୮ଟି ଉଚ୍ଚ ବିଦ୍ୟାଳୟ, ନୂଆଗଡ ବ୍ଲକର ୨ ଗୋଟି, ରାୟଗଡ଼ ବ୍ଲକ୍ ୭ ଗୋଟି, ଗୋଷାଣୀ ବ୍ଲକର ୯ ଗୋଟି, ଗୁମ୍ମା ବ୍ଲକର ୬ ଗୋଟି ଓ କାଶୀନଗର ବ୍ଲକର ୩ ଗୋଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ହେବ ବୋଲି ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଜିଲ୍ଲାର ସମସ୍ତ ବ୍ଲକର ଜନପ୍ରତିନିଧି, ବିଡ଼ିଓ, ସମସ୍ତ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ଏବଂ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟର ରୂପରେଖ କେମିତି ହେବା ଦରକାର ଓ ଭବିଷ୍ୟତରେ ସେମାନଙ୍କ ଲକ୍ଷ୍ୟ କଣ, ଏନେଇ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହାସହ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରି ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ବିଦ୍ୟାଳୟ ରୂପାନ୍ତରଣ ଭଳି ଯୁଗାନ୍ତକାରୀ ପଦେକ୍ଷପ ପାଇଁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ,ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଜନପ୍ରତିନିଧିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ସାଧୁବାଦ ଓ ଧନ୍ୟବାଦ ଜଣାଇଥିଲେ।ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଥିଲେ ଯେ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩ ଗୋଟି, ଦ୍ଵିତୀୟ ପର୍ଯ୍ୟାୟରେ ୬୦ ଗୋଟି, ତୃତୀୟ ପର୍ଯ୍ୟାୟରେ ୬୧ ଗୋଟି ବିଦ୍ୟାଳୟ ରୂପାନ୍ତରଣ ହୋଇଛି। ଏହି ପଦକ୍ଷେପ ଫଳରେ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଆକର୍ଷିତ ହେଉଛନ୍ତି। ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକୁ ସମୟସୀମା ପୂର୍ବରୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଅଛି।