March 10, 2026

ପାଞ୍ଚଶହ ରୁ ଉର୍ଦ୍ଧ ଲୋକଙ୍କ ପାଇଁ ସରକାରୀ ଟିଉବଲ ଗୋଟିଏ, ଶୌଚ ଠାରୁ ଆରମ୍ଭକରି ପିଇବା ପର୍ଯ୍ୟନ୍ତ ନିର୍ଭର କରୁଛନ୍ତି ଗ୍ରାମବାସୀ l

IMG-20250619-WA0014
Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବଡବେଣାକୁଦି ଗ୍ରାମପଞ୍ଚାୟତ ର ବାଘଲାଞ୍ଜି ଗ୍ରାମବାସୀ ପିଇବା ପାଣି ପାଇଁ ହେଉଛନ୍ତି କଲବଲ l ଗାଁ ରେ ପାଞ୍ଚଶହ ରୁ ଉର୍ଦ୍ଧ ଲୋକ ବାସ କରୁଥିବା ବେଳେ ଗୋଟିଏ ମାତ୍ର ଟିଉବଲ ଉପରେ ନିର୍ଭର କରନ୍ତି ଗ୍ରାମବାସୀ l ଚିଲିକା କୂଳରେ ଗ୍ରାମ ଟି ହୋଇଥିବାରୁ ଚାରିପଟେ କେବଳ ଲୁଣିପାଣି l ବଡବେଣାକୁଦି ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମକୁ ସରକାରଙ୍କ ଯୋଜନା ରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ବାଘଲାଞ୍ଜି ଗ୍ରାମକୁ ବର୍ତ୍ତମାନ ସୁଦ୍ଧା ପାଇପ ସଂଯୋଗ ହୋଇପାରିନାହିଁ l ଏକମାସ ତଳେ ସେହି ଗ୍ରାମକୁ ବିବାହ କରି ଆସି ପାଣିପାଇଁ କଲବଲ ହେଉଥିବାର ପ୍ରକାଶ କରିଥିଲେ l ମହିଳାମାନେ ରାତି ତିନିଟାରୁ ଲାଇନରେ ଛିଡ଼ାହୋଇ ନିଜର ପ୍ରତିଦିନ ର ନିତ୍ୟକର୍ମ ସାରିବା ପାଇଁ ଏପରିକି ଶୌଚହେବା, ବାସନ ଧୋଇବା, ଗାଧୋଇବା ପିଇବା କୁ ପାଣି ରଖିବା ପାଇଁ ହଇରାଣ ହେବାକୁ ପଡୁଛି l ତୁରନ୍ତ ସରକାର ପାଣିରେ ସୁବିଧା ନକରିଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ