March 11, 2026

ବଡ ଦାଣ୍ଡରେ ପ୍ୟାଚ କାମ କୁ ନେଇ ଭକ୍ତ ମନରେ ଅସନ୍ତୋଷ

IMG-20230619-WA0050
Share

ବଡ ଦାଣ୍ଡରେ ପ୍ୟାଚ କାମ କୁ ନେଇ ଭକ୍ତ ମନରେ ଅସନ୍ତୋଷ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ବଡ ଦାଣ୍ଡ ରାସ୍ତା ର ମରାମତି କାମ. ଆରମ୍ଭ ହୋଇଛି. ମାତ୍ର ରଥ ଗଡିବା ପାଇଁ କେଇ ଘଣ୍ଟା ବାକି ରହି ଥିବା ବେଳେ ଏହି ପ୍ୟାଚ କାମ କୁ ନେଇ ସହର ବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଆରମ୍ଭ ହୋଇଥିବା ଦେଖା ଦେଇଛି. ସୂଚନା ଅନୁଯାଇ ସରକାର ଙ୍କ ଅନୁଦାନ ଏବଂ ସ୍ଥାନୀୟ ଜନ ସାଧାରଣ ଙ୍କ ଟେକ୍ସ ଟଙ୍କାକୁ ଏନ ଏ ସି ରେ ହେଉ ଥିବା ଦୂର ଉପଯଗ କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରାଯାଇଛି. ଏ ବର୍ଷ ବୋଲି ନୁହେଁ. ପ୍ରତି ବର୍ଷ ରଥ ଯାତ୍ରା ସମୟରେ ଏଭଳି କାମ କରାଯାଉ ଥିବା ଅଭିଯୋଗ. ହେଉଅଛି. ବିନା ଏସ୍ଟି ମେଟ ରେ ଲକ୍ଷା ଧିକ ଟଙ୍କାର କାମ ହୋଇ ଆତ୍ମ ସତ ହେଉ ଥିବା ଜଣା ଯାଇଛି. ଜାତୀୟ ରାଜ ପଥ ଦୁଇ ପାର୍ଶ୍ଵରେ ସିମେଣ୍ଟ ଇଟା ରେ କେଉଁ ମାନର କାମ ହେଉଛି ତାହା ତାହା ସହର ବାସୀ ଅବଗତ ଅଛନ୍ତି. ଟେଣ୍ଡେର ବୁଝାମଣା ରେ ହେଉ ଥିବା କାମ ସମେତ ପରିଷଦ ଅଧିନରେ ଚାଲୁଥିବା ତେର ଗୋଟି ୱାର୍ଡ ର ଉନ୍ନୟନ ମୂଳକ କାମ ଗୁଡିକୁ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଯାଞ୍ଚ କରିବା ସହ ଉଚିତ ପଦ କ୍ଷେପ ନେବା ପାଇଁ ଜନ ସାଧାରଣ ରେ ଦାବୀ ହେଉଅଛି. ଏ ନେଇ ପରିଷଦ ର ଯନ୍ତ୍ରୀ ଙ୍କୁ ଯୋଗା ଯୋଗ କରିବାରୁ ଏସ୍ଟି ମେଟ ହୋଇ ନାହିଁ. ଚାପ ରେ ପଡି କାମ କରୁଛୁ ବୋଲି ଗଣ ମଧ୍ୟମ ରେ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟର ନିୟୁସ ଉପାନ୍ତ ଓଡିଶା I