March 10, 2026

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

IMG-20230619-WA0018
Share

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ଆସନ୍ତାକାଲି ହେବାକୁ ଥିବା ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିରହୋଇଛି। ଆସନ୍ତା ୨୦ତାରିଖ ଅର୍ଥାତ ଆସନ୍ତାକାଲି ସକାଳ ୪.୦୦ ରେ ଦ୍ୱାରଫିଟା ୫.୩୦ଘ.ରେ ସୂର୍ଯ୍ୟ ଅର୍ଘ୍ୟ,ଦ୍ୱାରପାଳ ପୂଜା
୬.୦୦ ଘ ରେ ମଙ୍ଗଳ ଆଳତି,୬.୩୦ ରେ ଖେଚୁଡ଼ି ଭୋଗ,୭.୦୦ ଘ. ରେ ବେଶ ୮.୦୦ଘ. ରେ ପୂଜା ନୀତି, ଆଳତି,୮.୩୦ ଘ.ରେ ରଥ ପ୍ରତିଷ୍ଠା,୯.୩୦ ଘ.ରେ ଧାଡ଼ି ପହଣ୍ଡି
ମଧ୍ୟାହ୍ନ ୧୨ ଘ. ରେ ଛେରା ପହରା
ଅପରାହ୍ନ ୧୨.୩୦ ଘ.ରେ ରଥ ଟଣା,ଅପରାହ୍ନ ୪.୦୦ ଘ ସୁଦ୍ଧା ଆଡ଼ପ ମଣ୍ଡପରେ ବିଜେ ପାଇଁ ସମସ୍ତ ପ୍ରସ୍ତୁତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭିଡ ନିୟନ୍ତ୍ରଣ ପାଇଁ ରଥଯାତ୍ରା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବରେ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି l