March 12, 2026

ପୁରୀ ସଦରବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ OTET ବିରୁଦ୍ଧରେ ଦାବିପତ୍ର ପ୍ରଦାନ କରାଯାଇଛି l

IMG-20250519-WA0070
Share

ଆଜି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ, ନୂତନ ପେନସନ ଭୁକ୍ତ, ପୁରୀ ସଦର ଶିକ୍ଷକ ସଂଘ ପକ୍ଷରୁ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଏବଂ ପୁରୀ ସଦରବ୍ଲକ ଶିକ୍ଷାଧିକାରୀଙ୍କୁ ୧୧ଫେବୃୟାରୀ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ନିମନ୍ତେ OTET ଲାଗୁ ନକରିବା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ଦାବିପତ୍ର ରେ ଦର୍ଶାଯାଇଛି ଯେ ୧୧ଫେବୃଆରୀ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ OTET ବାଧ୍ୟତାମୂଳକ ନକରି ପୂର୍ବଭଳି ସେମାନଙ୍କୁ ବିନା OTET ରେ ପଦୋନ୍ନତି ଦିଆଯାଉ ବୋଲି ଉଲ୍ଲେଖ ରହିବା ସହିତ ସରକାର ବିନା OTET ରେ ପଦୋନ୍ନତି ନକରିଲେ ନାର୍ଯ୍ୟଦାବିପାଇଁ ଆଜିଠାରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିବୁ ବୋଲି ସଭାପତି ପ୍ରଭାତ ରଞ୍ଜନ ପୃଷ୍ଟି ଏବଂ ସମ୍ପାଦକ ଉମାକାନ୍ତ ମହାପାତ୍ରଙ୍କ ସହିତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ