May 19, 2025
Share

 

 

*ମେଷ: ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।*

 

*ବୃଷ: ଏକ ତରଫା ଚିନ୍ତା ଆପଣଙ୍କୁ ଅଡୁଆରେ ପକାଇପାରେ। କୌଣସି କାମରେ ବ୍ୟସ୍ତ ରହିବେ। ବ୍ୟବସାୟୀଙ୍କୁ ଉନ୍ନତିର ସୁଯୋଗ ମିଳିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।*

 

*ମିଥୁନ: କ୍ୟାରିୟରରେ ଆଗକୁ ବଢ଼ିବା ଦିଗରେ ଆପଣଙ୍କ ଧ୍ୟାନ ରହିବ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ପୂରା ସହଯୋଗ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।*

 

*କର୍କଟ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସନ୍ଧ୍ୟା ସମୟ ଅତିବାହିତ କରିବା ପାଇଁ ଯୋଜନା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ।*

 

*ସିଂହ: ଆପଣଙ୍କ ଉପରେ ଲୋକଙ୍କ ବିଶ୍ବାସ ଅତୁଟ ରହିବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସଂପୂର୍ଣ୍ଣ କରିନିଅନ୍ତୁ, ଭଲ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ଦିନଟି ଭଲ।*

 

*କନ୍ୟା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ବାହନ କିଣିବା ଯୋଗ ରହିଛି। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।*

 

*ତୁଳା: ବ୍ୟବସାୟରେ ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ। କୌଣସି ଅଜଣା ବ୍ୟକ୍ତି ଆପଣଙ୍କ କାମରେ ସାହାଯ୍ୟ କରିବେ। ଛାତ୍ରଙ୍କୁ ଆଜି ପରିଶ୍ରମ କରିବାକୁ ହେବ।*

 

*ବିଛା: ପରିବାରରେ ଉତ୍ସାହ ବଜାୟ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ରହିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପ୍ରେମିକ ପ୍ରେମିକା ମନୋରମ ସ୍ଥାନକୁ ବୁଲି ଯିବେ।*

 

*ଧନୁ: ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ବେକାରଙ୍କୁ ରୋଜଗାର ମିଳିପାରେ। ଛାତ୍ରୀଙ୍କୁ ପାଠପଢ଼ା କ୍ଷେତ୍ରରେ ଲାଭ ମିଳିବାର ଯୋଗ ରହିଛି।*

 

*ମକର: ବୁଝି ବିଚାରି ବଡ଼ ନିଷ୍ପତ୍ତି ନିଅନ୍ତୁ। କାମର ବୋଝ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ।*

 

*କୁମ୍ଭ: ଦୀର୍ଘ ଦିନର ଅପେକ୍ଷା ପରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।*

 

*ମୀନ: ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ବିଦେଶ ଯିବାର ମଉକା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।*