September 29, 2024

ନିର୍ବାଚନ ପାଇଁ ୧୨୩ ବୁଥର ପ୍ରସ୍ତୁତି ଶେଷ….

Share

ବୁଗୁଡ଼ା : ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ଚଳିତ ମାସ ୨୦ ତାରିଖ ଦିନ ଆସ୍କା ଲୋକସଭା ଓ ପୋଲସରା ବିଧାନସଭା ନିର୍ବାଚନ ବୁଗୁଡ଼ା ବ୍ଲକ ଓ ଏନ୍ଏସିର ୧୨୩ ବୁଥର ପୋଲିଂ ପାର୍ଟି ନିର୍ଦ୍ଧାରିତ ବୁଥ୍ ସକାଶେ
ବ୍ୟାଲେଟ୍ ପେପର ସହ ଆନୁସଙ୍ଗିକ ନିର୍ବାଚନ ଉପକରଣମାନ ଗ୍ରହଣ କରି ପୋଲିସ୍ ସୁରକ୍ଷା ସହ ନିଜ ନିଜ ବୁଥରେ ପହଞ୍ଚିଥିବା ସହ ବୁଥଗୁଡିକର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଛି । ଏହି ନିର୍ବାଚନ ଦାୟିତ୍ବରେ ୧୨ ଜଣ ସେକ୍ଟର ଅଫିସର ନିଯୁକ୍ତି ଥାଇ ବୁଥଗୁଡିକୁ ନିରୀକ୍ଷଣ କରିଥିଲା ବେଳେ ଏଥର ୧୧ଟି ସଖି ମତଦାନ କେନ୍ଦ୍ର ସମେତ ୧୯ଟି ମଡେଲ ମତଦାନ କେନ୍ଦ୍ର ରହିଥିବା ଜଣାଯାଇଛି ।